Odisha Latest Breaking News & Current Headlines

ବୋତାମରୁ ସୁନା ଜବତ l

0

ଆମଭାରତ ( ଭୁବନେଶ୍ୱର) ୪ା୪ :   ମଙ୍ଗଳବାର ବିଳମ୍ବିତ ରାତିରେ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌ରୁ ଏୟାର ଏସିଆ  ବିମାନ ଭୁବନେଶ୍ୱରରେ ପହଞ୍ଚିବା ପରେ କଷ୍ଟମ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଇଥିଲା। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଦୁଇଜଣ ଯାତ୍ରୀଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ଅଧିକ ଯାଞ୍ଚ କରାଯିବାରୁ ସେମାନେ ପିନ୍ଧିଥିବା  ଓ ଆଣିଥିବା ପୋଷାକ ବୋତାମରେ ଗୋଲେଇ ଆକାରର ସୁନା ମିଳିଥିଲା। ଉକ୍ତ ସୁନାରେ ଧଳାରଙ୍ଗ ଲେପ ଦିଆଯାଇଥିଲା। ଉକ୍ତ ଦୁଇଜଣ ଯାତ୍ରୀଙ୍କୁ ଅଟକ ରଖାଯାଇ  ଚୋରି ସୁନା ଚାଲାଣରେ ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି କଷ୍ଟମ ବିଭାଗ। ଦୁଇଜଣ ବିମାନଯାତ୍ରୀଙ୍କଠାରୁ ୨୭୮.୮୩ ଗ୍ରାମର  ସୁନା ଜବତର ମୂଲ୍ୟ ୯ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆାଇଛି।

Leave A Reply

Your email address will not be published.