ଆମଭାରତ( ଭୁବନେଶ୍ୱର ) 24/3 : ପ୍ରଧାନମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୯ ଏବଂ ଏପ୍ରିଲ ୧ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୯ ତାରିଖରେ ଜୟପୁର ଏବଂ ଏପ୍ରିଲ ୧ ତାରିଖରେ କଳାହାଣ୍ଡିରେ ଜନସାଧାରଣକୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ବିଜେପିର ୬ କେନ୍ଦ୍ରୀୟ ନେତା ଓଡ଼ିଶାରେ ପ୍ରଚାର କରିବେ। ଏମାନଙ୍କ ମଧ୍ୟରେ ରାଧାମୋହନ ସିଂହ, ଶିବରାଜ ସିଂହ ଚୌହାନ, ଆପକେ ସିଂହ, ସଂଜୟ ପାଶୱାନ, ରାମବିଚାର ନେତମ, ଜୟନ୍ତ ସିହ୍ନା ଆଦି ରହିଛନ୍ତି।ଏହି ଭିତରେ ଆଉ ଅନେକ ଷ୍ଟାର ପ୍ରଚାରକ ଆସିବାର ସାଂମ୍ଭାବନା ଅଛି l