ଆମଭାରତ ( ନୟାଗଡ ) 24/3 : ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ନୟାଗଡ଼ରୁ ପ୍ରଚାର ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ଟି ଯାକ ଲୋକସଭା ଆସନ ବିଜେଡି ଅକ୍ତିଆର କରିବ ବୋଲି କହିଛନ୍ତି । ପ୍ରଥମରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରରେ ବିଜେପି ସରକାର ଗଢିବା ପୂର୍ବରୁ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା ନେଇ ଯେଉଁ ପ୍ରତିଶୃତି ଦେଇଥିଲା, ସେଥିରେ ବିଫଳ ହୋଇଛି। ସେ କହିଛନ୍ତି ଚଳିତ ନିର୍ବାଚନରେ କେନ୍ଦ୍ରରେ କୌଣସି ଦଳ ବହୁମତ ପାଇବେ ନାହିଁ , ତେଣୁ କେନ୍ଦ୍ରରେ ସରକାର ଗଠନ କରିବା ଦିଗରେ ଓଡିଶା ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବ।
କେବଳ ଏତିକି ନୁହେଁ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ କଂଗ୍ରେସକୁ କଟାକ୍ଷ କରି ନବୀନ କହିଛନ୍ତି, ବିଜେଡିର ରିମୋଟ କଣ୍ଟ୍ରୋଲ୍ ସାଢ଼େ ୪ କୋଟି ଓଡ଼ିଆଙ୍କ ହାତରେ।
ସାରା ଦେଶରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ବିଜେଡି ପ୍ରଥମ ଦଳ ବୋଲି ସେ କହିଛନ୍ତି। ସେ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶାବାସୀ ଉପକୃତ ହେଉଛନ୍ତି ଏବଂ କାଳିଆ ଯୋଜନାରେ ଆହୁରି ୨୦ ଲକ୍ଷ ଚାଷୀ ଉପକୃତ ହେବେ। କେହି ହେଲେ ଜଣେ ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହେବେ ନାହିଁ ବୋଲି ନବୀନ କହିଛନ୍ତି।