ଆମଭାରତ ( କଟକ ) 23/3 : କମିଶନରେଟ୍ ପୁଲିସର ଭୁଲ ତଦନ୍ତ ଯୋଗୁ ଜଣେ ନିର୍ଦୋଷଙ୍କୁ ଜେଲର କଳା କୋଠରୀ ମଧ୍ୟରେ ୧୨ ଦିନ କାଟିବାକୁ ପଡିଛି । କଟକରେ ଏକ ମାମଲାରେ ଜଣଙ୍କ ନାମରେ ୱାରେଣ୍ଟ ଥିବା ବେଳେ ଅନ୍ୟ ଜଣଙ୍କୁ ପୁଲିସ ଗିରଫ କରିଥିଲା । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କମିଶନରେଟ୍ ପୁଲିସ ନିଜ ଭୁଲକୁ ସ୍ବୀକାର କରିଛି ।ସୂଚନାଯୋଗ୍ୟ, ଗତ ୧୧ତାରିଖରେ ଚନ୍ଦନ ମହାରଣା ନାମକ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଥିଲା । ସେ ନିର୍ଦୋଷ ସତ୍ତ୍ବେ ପୁଲିସ ତାଙ୍କୁ ଗିରଫ କରିଥିଲା। କାରଣ ଅଭିଯୁକ୍ତଙ୍କ ଠିକଣା ଏବଂ ବାପାଙ୍କ ନାଁ ସହ ତାଙ୍କର ନାମ ଓ ଠିକଣା ସମାନ ଥିଲା । ପୁଲିସ ଏଭଳି ଏକ ଖାମଖିଆଲି କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ପୁଲିସର କର୍ତ୍ତବ୍ୟ ଉପରେ ପ୍ରଶ୍ନ ଉଠିଛି ।ପୋଲିଶର କାର୍ଯ୍ୟ ଠିକ କଲେ ଲୋକମାନେ ପୋଲିଶ କୁ ପ୍ରସଂଶା କରିବେ | |