Odisha Latest Breaking News & Current Headlines

ଏପ୍ରିଲ ୨ରୁ ସବୁ ସ୍କୁଲରେ ସକାଳ ପଢ଼ା, ମେ’ ୬ରୁ ଖରାଛୁଟି I

0

ଆମଭାରତ ( ଭୁବନେଶ୍ୱର ) 23/3 : ଓଡ଼ିଶାରେ ଏପ୍ରିଲ ୨ରୁ ସବୁ ସ୍କୁଲ ଗୁଡ଼ିକରେ ସକାଳ ପଢ଼ା ଆରମ୍ଭ ହେବ। ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ସକାଳ ପଢ଼ା କରାଯିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଏବଂ ୩ରୁ ନୂଆ ଶିକ୍ଷା ଆରମ୍ଭ ହେବ। ଏପ୍ରିଲ ୨ ପରଠାରୁ ମେ’ ମାସ ୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ଣ ୬ଟା ୩୦ରୁ ପୂର୍ବାହ୍ଣ ୧୦ଟା ୩୦ ଯାଏଁ ସ୍କୁଲ ଖୋଲା ରହିବ। ପୂର୍ବାହ୍ଣ ୧୦ଟାରେ ପିଲାମାନଙ୍କୁ ମଧ୍ୟାହ୍ଣ ଭୋଜନ ଦିଆଯିବାକୁ ନିର୍ଦ୍ଦେଶ ହୋଇଛି। ଗଣଶିକ୍ଷା ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ ଚିଠି ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଶିକ୍ଷା ବର୍ଷ ୨୦୧୮-୧୯ ପାଇଁ ରାଜ୍ୟର ସବୁ ସ୍କୁଲ ଗୁଡ଼ିକରେ ବାର୍ଷିକ ପରୀକ୍ଷା ଶେଷ ହୋଇ ଯାଇଛି। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ସ୍କୁଲ ଗୁଡ଼ିକରେ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ କରାଯିବ। ଏପ୍ରିଲ ୧ ଓଡ଼ିଶା ଦିବସ ପାଳନ ହେବା ପରେ ଏପ୍ରିଲ ୨ରେ ସ୍କୁଲ ଗୁଡ଼ିକ ପୁଣି ଥରେ ଖୋଲିବ ଏବଂ ଏପ୍ରିଲ ୩ରୁ ଶିକ୍ଷା ବର୍ଷ ୨୦୧୯-୨୦ ଆରମ୍ଭ ହୋଇଯିବ।

Leave A Reply

Your email address will not be published.