ଆମଭାରତ {ଭୁବନେଶ୍ୱର} ୧୭।୩: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କନ୍ୟା ଗୀତା ମେହେଟ୍ଟାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି। ରବିବାର ମଧ୍ୟାହ୍ନରେ ଗୀତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା। ନବୀନ ନିବାସର କେତେକ ଅଧିକାରୀଙ୍କ କହିବା ଅନୁଯାୟୀ, ଗୀତା କିଛିଦିନ ହେବ ଓଡ଼ିଶାରେ ଅଛନ୍ତି। ଶନିବାର ବରିଷ୍ଠ ନେତା ଦିଲୀପ ରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ପଛରେ ନବୀନଙ୍କ ଭଉଣୀ ଗୀତାଙ୍କ ପ୍ରମୁଖ ଭୂମିକା ରହିଥିବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ନିକଟରେ ଗୀତା ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବା ଲାଗି ମନା କରିଦେଇଥିଲେ। ଯାହାକୁ ନେଇ ଜାତୀୟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିଲା।