ନିର୍ବାଚନରେ ଟଙ୍କା କାରବାର ନହେବା ପାଇଁ income tax department ର ୨୪ ଘଣ୍ଟିଆ ଟୋଲ ଫ୍ରି ନମ୍ବର ବ୍ୟବସ୍ଥା ହୋଇଛି ।
ଆମଭାରତ ( ଭୁବନେଶ୍ୱର ) 12/3: ନିର୍ବାଚନକୁ ଅବାଧ ଓ ନିରପେକ୍ଷ ରଖିବା ଲାଗି ଟଙ୍କା କାରବାର ରୋକିବା ପାଇଁ ଆୟକର ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି । ରାଜ୍ୟ ଆୟକର ଭବନରେ ଦିନରାତି ୨୪ ଘଣ୍ଟିଆ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ ସହ ଟୋଲ ଫ୍ରି ନମ୍ବର ବ୍ୟବସ୍ଥା ହୋଇଛି । ନିର୍ବାଚନ ଉଦ୍ଦେଶ୍ୟରେ ଯଦି କେଉଁଠି ଟଙ୍କା କାରବାର ହେଉଥାଏ, ତା’ହେଲେ ସଂପୃକ୍ତ ନମ୍ବରରେ ଫୋନ୍ କରିବାକୁ କୁହାଯାଇଛି ।ଏହି ଟୋଲ ଫ୍ରି ନମ୍ବରଟି ହେଲା ୧୮୦୦-୩୪୫-୭୧୬୦। ନିର୍ବାଚନବେଳେ ଯଦି କେଉଁଠି ଟଙ୍କା କାରବାର ହେଉଥିବା ଦେଖିବାକୁ ମିଳେ, ତା’ ହେଲେ ଏହି ନମ୍ବରରେ କଲ୍ କରିବାକୁ କୁହାଯାଇଛି। ଏ ସଂପର୍କରେ ଲୋକଙ୍କୁ ସଚେତନ କରାଇବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।