Odisha Latest Breaking News & Current Headlines

2019 ବିଶ୍ୱ ମହିଳା ଦିବସରେ ଆହ୍ୱାନ Balance For Better l

0

ଆମଭାରତ 8/3 :  ଅନ୍ତର୍ଜାତୀୟ ମହିଳା ଦିବସ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖ ବିଶ୍ୱବ୍ୟାପୀ ପାଳନ କରାଯାଏ ଏବଂ ଏହାକୁ ନଜରରେ ରଖି ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରତିବର୍ଷ ଏକ ଥିମ ରଖାଯାଇଥାଏ । ଚଳିତ ବର୍ଷ ମହିଳା ଦିବସର ଥିମ ରଖାଯାଇଛି Balance For Better

ମହିଳା ଦିବସକୁ ବିଶ୍ୱବ୍ୟାପୀ ଭିନ୍ନ ଭିନ୍ନ ଆକାରରେ ପାଳନ କରାଯାଇଥାଏ । ଏହି ଦିନଟି ମହିଳାଙ୍କ ପ୍ରତି ପ୍ରେମ ଏବଂ ସମ୍ମାନକୁ ପ୍ରକଟ କରିଥାଏ ଏବଂ ଏହି ଦିନର ମହତ୍ତ୍ୱ ହେଉଛି ମହିଳା ମାନଙ୍କୁ ଆର୍ଥିକ, ରାଜନୈତିକ ଏବଂ ସାମାଜିକ ସ୍ତରରେ ପରିଚୟ ଦେବା ଏବଂ ମହିଳା ମାନଙ୍କ ଉପଲବ୍ଧୀକୁ ଦର୍ଶାଇଥାଏ । ପ୍ରତିବର୍ଷ ମହିଳା ଦିବସରେ ଏକ ଥିମ (International Women’s Day Theme 2019)  ରଖାଯାଇଥାଏ । 2019 ଅନ୍ତର୍ଜାତୀୟ ମହିଳା ଦିବସର ଥିମ Balance For Better ରଖାଯାଇଛି । ଏହି ଅବସରରେ ମହିଳା ମାନଙ୍କ ମଧ୍ୟରେ ବଢ଼ୁଥିବା ଚିନ୍ତା ବିଷୟରେ ଚର୍ଚ୍ଚା କରାଯାଇଛି ।  ପ୍ରାୟତଃ ଲୋକଙ୍କୁ କହୁଥିବାର ଦେଖାଯାଏ ଯେ ମହିଳା ମାନଙ୍କ ମଧ୍ୟରେ ସହନଶୀଳତାର ଅଭାବ ଥାଏ ବୋଲି କିନ୍ତୁ ଯଦି ମହିଳାଙ୍କ ନଜରରେ ଦେଖାଯାଏ ତେବେ ସେମାନେ ପୁରୁଷଙ୍କ ଠାରୁ ଖୁବ୍ ଅଧିକ ଗୁଣରେ ସହନଶୀଳ ହୋଇଥାନ୍ତି । ଅଫିସ ଏବଂ ଘରକୁ ଏକା ସହିତ ସମ୍ଭାଳିବାଠୁ ଆରମ୍ଭ କରି ପିଲାଙ୍କ ଯତ୍ନ ନେଇ ଏବଂ ତାଙ୍କୁ ସମୟ ଦେବା କିଛି କମ୍ କଥା ନୁହେଁ । ନିଜର ବ୍ୟସ୍ତ ଜୀବନରୁ ସେ ସମସ୍ତଙ୍କ ପାଇଁ ସମୟ ବାହାର କରିଥାନ୍ତି କିନ୍ତୁ ନିଜକୁ ଅଣଦେଖା କରିଥାନ୍ତି । ତେଣୁ ଏହି ଅନ୍ତର୍ଜାତୀୟ ମହିଳା ଦିବସରେ ନିଜକୁ ପ୍ରତିଶୃତି ଦିଅନ୍ତୁ ଏହି ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବେ ।

Leave A Reply

Your email address will not be published.