ଆମଭାରତ ୭ /୩ :{ ଭୁବନେଶ୍ୱର }: କଂଗ୍ରେସର ପିଇସି ବୈଠକରେ ଚୂଡ଼ାନ୍ତ ହୋଇଥିବା ପ୍ରାର୍ଥୀ ତାଲିକା ଆମର ହସ୍ତଗତ ହୋଇଛି। ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ଚୂଡ଼ାନ୍ତ ହୋଇ ତାଲିକା ସିଇସିକୁ ପଠାଇଛି ରାଜ୍ୟ କଂଗ୍ରେସ । ବରଗଡ଼ ଲୋକସଭା ପାଇଁ ହେମାନନ୍ଦ ବିଶ୍ବାଳ ଓ ପ୍ରକାଶ ଦେବତା, ସୁନ୍ଦରଗଡ଼ ଲୋକସଭା ପାଇଁ ଜର୍ଜ ତିର୍କୀ ଓ ପ୍ରଫୁଲ ମାଝି, ସମ୍ବଲପୁର ପାଇଁ ଶରତ ପଟ୍ଟନାୟକ ଓ ଅମର ପ୍ରଧାନଙ୍କ ନା, କେନ୍ଦୁଝର ପାଇଁ ହରମୋହନ ସୋରେନ ଓ ବିନୀତା ମାଝି, ବାଲେଶ୍ବର ପାଇଁ ନବଜ୍ୟୋତି ପଟ୍ଟନାୟକ ଓ ସୁଦର୍ଶନ ଦାସ, ଭଦ୍ରକ ପାଇଁ ଅନନ୍ତ ପ୍ରସାଦ ସେଠୀ ଓ ପଞ୍ଚାନନ ମଣ୍ଡଳ, ଯାଜପୁର ପାଇଁ ମାସନ ଜେନା ଓ ଅର୍ଜୁନ ଚରଣ ଦାସ , ଢ଼େଙ୍କାନାଳ କେପି ସିଂଦେଓ ଓ ରାମଚନ୍ଦ୍ର ଖୁଣ୍ଟିଆ ଓ ଶାନ୍ତନୁ କୁମାର ସାହୁ, ବଲାଙ୍ଗିର ପାଇଁ ସମରେନ୍ଦ୍ର ମିଶ୍ର ଓ ଲକ୍ଷ୍ମଣ କୁମାର ମେହେର, କଲାହାଣ୍ଡି ପାଇଁ ଜଗନ୍ନାଥ ପଟ୍ଟନାୟକ ଓ ଭକ୍ତ ଚରଣ ଦାସ, ନବରଙ୍ଗପୁର ପ୍ରଦୀପ ମାଝି ଓ ଚନ୍ଦ୍ରଶେଖର ମାଝି, କନ୍ଧମାଳ ମନୋଜ କୁମାର ଆଚାର୍ଯ୍ୟ ଓ ଚନ୍ଦ୍ର ଶେଖର ପରିଡ଼ା, କଟକ ପଞ୍ଚାନନ କାନୁଗୋ ଓ ସୁରୋସ ମହାପାତ୍ର, କେନ୍ଦ୍ରାପଡ଼ା ଧରଣୀଧର ନାୟକ ଓ ଚନ୍ମୟ ବେହୁରା, ଜଗତସିଂହପୁର ବିଭୂ ତରାଇ ଓ ପ୍ରଶାନ୍ତ ମଲ୍ଲିକ, ପୁରୀ ପାଇଁ ସତ୍ୟପ୍ରକାଶ ନାୟକ ଓ ବିଶ୍ବ ରଞ୍ଜନ ମହାନ୍ତି, ବ୍ରହ୍ମପୁର ପାଇଁ ତିରୁପତି ପାଣିଗ୍ରାହୀ ଓ ତ୍ରିନାଥ ବେହେରା, କୋରାପୁଟ ପାଇଁ ଡମ୍ବରୁଧର ଉଲାକା ଆକାଶ ଉଲ୍ଲାକାଙ୍କ ନାଁ ପଠାଯାଇଛି।
|
ତେବେ ଆଗାମୀ ୧୧ ତାରିଖରେ ସିଇସି କମିଟି ବୈଠକ ବସିବା ପରେ ସ୍କ୍ରିନିଂ କମିଟି ଓ ଏଆଇସିସି ରିପୋର୍ଟ ଆଧାରରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଆସନ୍ତା ୧୫ କିମ୍ବା ୧୬ ତାରିଖରେ ପ୍ରକାଶ ପାଇବ ।