Odisha Latest Breaking News & Current Headlines

ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ।

0

 

ଆମଭାରତ    ୬/୩  :  ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ମହାନଗର ନିଗମ ଅଂଚଳରେ ୧୦,୦୦୦ ବସ୍ତିବାସିନ୍ଦାଙ୍କୁ ଆବାସ ମିଶନ ଯୋଜନାରେ ବାସଗୃହ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସଭାରେ ଉଦବୋଧନ ଦେଇ ସେ କହିଛନ୍ତି ଗରିବ ଲୋକଙ୍କ ଖୁସି ମୋ ପାଇଁ ସବୁଠାରୁ ବଡ଼ ସନ୍ତୋଷ । ଲୋକଙ୍କ କଲ୍ୟାଣକୁ ସବୁବେଳେ ପ୍ରାଥମିକତା ଦେଇଆସୁଛନ୍ତି ରାଜ୍ୟ ସରକାର । ମହିଳା, ଚାଷୀଙ୍କ ସୁଖଦୁଃଖରେ କାମ କରିଆସୁଛି ଆଉ ସବୁଦିନ କରୁଥିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ କହିଛନ୍ତି ରାଜ୍ୟ ସରକାର ତାଙ୍କର ସମସ୍ତ ପ୍ରତିଶ୍ରୁତି ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ।

Leave A Reply

Your email address will not be published.