ଆମଭାରତ ୨/୩ : ବଡଗାମରେ ପାକିସ୍ଥାନ ବିପକ୍ଷରେ ବାୟୁସେନାର କାର୍ଯ୍ୟନୁଷ୍ଠାନ ସମୟରେ ପାଇଲଟ୍ ଦୀପକ ପାଣ୍ତେ ସହିଦ ହୋଇଗଲେ , ଶ୍ରୀନଗରର ବଡଗାମରେ କ୍ରାଶ୍ ହୋଇଥିବା ଏମ୍ -୧୭ କାନପୁର ପାଇଲଟ୍ ଦୀପକ ପାଣ୍ତେ ଥିଲେ , ଯେବେ ତାଙ୍କ ଘର୍ ଲୋକଙ୍କୁ ତାଙ୍କର ଶହୀଦ ହେବାର ଖବର ମିଳିଲା , ତେବେ ଘରେ ଶୋକର ଛାୟା ଖେଳିଗଲା , ଦୀପକଙ୍କ ସାଙ୍ଗଙ୍କୁ ତାଙ୍କର ଶେଷ ଫେସବୁକ୍ ପୋଷ୍ଟ କଥା ମନେ ଥିଲା ଯେଉଁଥିରେ ସେ ଲେଖିଥିଲେ କି ଜିନ୍ଦେଗୀ ସେ କୋଇ ଶିକବା ନେ ହିଁ , ଏହି ପୋଷ୍ଟକୁ ମନେ ପକାଇ ତାଙ୍କ ସାଙ୍ଗ ମାନେ କାନ୍ଦି ପକାଇଥିଲେ , ସହୀଦ ଦୀପକ ଏହି ପୋଷ୍ଟରେ ସମସ୍ତଙ୍କୁ ଭାବୁକ କରିଦେଇଥିଲା ।
ସହୀଦ ହୋଇଥିବା ଦୀପକ ନିଜ ମାଙ୍କୁ କଥା ଦେଇଥିଲେ କି ଆଗ ଥର ଯେବେ ସେ ଆସିବେ ତାଙ୍କ ପସନ୍ଦର ଝିଅ ସହ ସେ ବାହା ହୋଇଯିବେ , କିନ୍ତୁ ବୁଧବାରକୁ ଏକ ଫୋନ୍ କଲ୍ ମାଙ୍କ ମନକୁ ବହୁତ ଆଘାତ ଦେଇଥିଲା , ପୁଅର ବଳିଦାନରେ ଘର ଲୋକେ କାନ୍ଦି କାନ୍ଦି ବେହାଲ୍ ହୋଇଯାଇଛନ୍ତି , ସହୀଦ ପରିବାର ଲୋକଙ୍କୁ ଦେଖିକରି ଆଖପାଖ ଲୋକେ କାନ୍ଦିପକାଇଥିଲେ , ଯେଉଁ ବୟସରେ ସେ ନିଜ ବାପା ମାଙ୍କ ସାହାରା ହେବାକୁ ଯାଉଥିଲେ , ସେହି ବାପା ମା ନିଜ ପୁଅର କୋକେଇ ଉଠାଇବେ , ଦୀପକଙ୍କ ମା ବାରମ୍ବାର କହୁଥିଲେ କି ଆଉଥରେ ଯେବେ ମୋ ପୁଅ ଆସିବ ଝିଅ ଦେଖିକରି ବାହା ହୋଇଯିବି , କହିଦେବୁ କି ଦୀପକଙ୍କ ବୟସ କେବଳ ୨୭ ବର୍ଷ ଥିଲା , ସେ ୨୦୧୩ ରେ ଏୟାର୍ ଫୋର୍ସରେ ଯୋଗ ଦେଇଥିଲେ , ସେ ଗୋଟେ ସପ୍ତାହ ପୂର୍ବରୁ ଛୁଟି ମାଗିକରି ଡ୍ୟୁଟିରେ ଫେରିଥିଲେ ।
ବାପା କାନ୍ଦି କାନ୍ଦି କହିଲେ କି ଦୀପକ ତାଙ୍କର ଗୋଟେ ବୋଲି ପୁଅ ଥିଲା , ସେ ନିଜ ପୁଅର ବାହାଘର ପାଇଁ ଘର ଠିକ୍ କରାଉଥିଲେ , ବାପା ଆଗକୁ କହିଲେ କି ଦୀପକ କହୁଥିଲା କି ବାପା ମୁଁ ଯାଉଛି, ମାଙ୍କ ଦାୟିତ୍ୱ ନେବେ , ମୁଁ ଜଲଦି ହିଁ ଫେରିଆସିବି , କିନ୍ତୁ ଦୀପକ ଆଉ ଆସିଲା ନାହଁ , ବାପା କହିଲେ ମଙ୍ଗଳବାର ରାତିର ପ୍ରାୟ ୮ ଟା ବେଳେ ଦୀପକ ସହ କଥା ହୋଇଥିଲେ , ସେ ଦୀପକକୁ ପଚାରିଲେ କି ସେ ଖାଇ ସାରିଲାଣି କି , ସେ କହିଥିଲେ ନା ମୁଁ ଖାଇବାକୁ ଯାଉଛି , ବାପା ଯେବେ ଏମିତି ଅବସ୍ଥାରେ ବିଷୟରେ ପଚାରିଲେ ତେବେ ସେ ଆଉ କିଛି କହିଲା ନାହିଁ , କଥାକୁ ବୁଲାଇଦେଲା ।
ସହୀଦ ଦୀପକଙ୍କ ଫେସବୁକ୍ ଏକାଉଣ୍ଟ ଖୋଲିବା ପରେ ଜଣାପଡିଥିଲା କି ଦୀପକ ଜଣେ ସରଳ ବ୍ୟକ୍ତି ଥିଲେ , ସେ ନିଜ ସାଙ୍ଗମାନଙ୍କ ପାଇଁ ଦିଲଦାର୍ ଥିଲେ , ସେ ନିଜ ମନର କଥାକୁ ବହୁତ ସରଳତା ସହ ପ୍ରତିସ୍ଥାପନ କରୁଥିଲେ , ତାଙ୍କ କଥାକୁ ଶବ୍ଦରେ ପୋଷ୍ଟ କରିବା ଅଭ୍ୟାସ ଥିଲା , ଯେଉଁ କଥାଗୁଡିକ ସେ କହିପାରିନଥିଲେ , ସେ ନିଜ କଥାକୁ ସୋସିଆଲ୍ ମିଡିଆ ଜରିଆରେ ରଖିଥିଲେ ,ତାଙ୍କ ସାଙ୍ଗମାନେ ତାଙ୍କୁ ବହୁତ ଭଲ ପାଇଥିଲେ ବୋଧେ ସେଥିପାଇଁ ସେମାନେ ବହୁତ କାନ୍ଦିଥିଲେ , କହିଦେବୁ କି ଦୀପକ ନିଜର ଶେଷ ଫେସବୁକ୍ ପୋଷ୍ଟରେ ଲେଖିଥିଲେ କି ଜିନ୍ଦେଗୀ ସେ କୋଇ ସିକବା ନହିଁ , ଏହା ତାଙ୍କର ୧୯ ନଭେମ୍ବରକୁ ପୋଷ୍ଟ ଥିଲା , ଏହା ପୂର୍ବରୁ ବି ଗୋଟେ ପୋଷ୍ଟ କରିଥିଲେ ,ଯେଉଁଥିରେ ସେ ଲେଖିଥିଲେ କି ବେଚ୍ ଦୁଁ କ୍ୟା ତୁମ୍ଭାରୀ ୟୋଦୋଁ କୋ ମୋତ୍ ଅଛା ଦାମ୍ ଦେ ରହି ହେ ।ଦୀପକଙ୍କ ସାଙ୍ଗ ଆଦିତ୍ୟ ଓ ଆକାଶ କହିଲେ କି ଦୀପକ ଯେବେ ୨୮ ଜାନୁୟାରୀକୁ ଛୁଟି ନେଇକରି ଆସିଥିଲେ , ତେବେ ସେମାନେ ବହୁତ ମସ୍ତି କରିଥିଲେ , ତାଙ୍କ ପାଖରେ ସବୁ ସମସ୍ୟାର ସମାଧାନ ଥିଲା , ସେ କେଉଁ କଥାକୁ ନେଇ ଚିନ୍ତାରେ ରହୁନଥିଲେ , ସେ ଜୀବନକୁ ଖୁସିରେ ବଞ୍ଚିବାକୁ ଭଲ ପାଉଥିଲେ , ଆମେ ଛୁଆବେଳରେ କ୍ରିକେଟ୍ ଖେଲୂଥିଲୁ, ଏତିକି ନୁହେଁ ଘର ସେତେବେଳେ ଅନୁମତି ଦେଉନଥିଲେ , ଆମେ ଲୁଚିକରି ଅକ୍ଷୟ କୁମାରଙ୍କ ଫିଲ୍ମ ଦେଖିବାକୁ ଯାଉଥିଲୁ, କିନ୍ତୁ ଆମେ କେବେ ଭାବି ବି ନଥିଲୁ କି ସେ ଆମକୁ ଏପରି ଛାଡିକରି ପଳାଇବ ବୋଲି , ଏହା କହି ଦୀପକର ସାଙ୍ଗ କାନ୍ଦିପକାଇଥିଲେ ।