Odisha Latest Breaking News & Current Headlines

ABVP ପାଳିଲା ବିଜୟ ଦିବସ, ତ୍ରିରଙ୍ଗା ରାଲିରେ ସାମିଲ ହେଲେ ଲୋକେ l

0

ଆମଭାରତ  { ଭୁବନେଶ୍ୱର } : ଏୟାର ଷ୍ଟ୍ରାଇକ ପରେ ସାରା ଦେଶରେ ଖୁସିର ମାହୋଲ। ସବୁଠି ପାଳନ ହେଉଛି ବିଜୟ ଉତ୍ସବ। ଏହି କ୍ରମରେ ଭୁବନେଶ୍ୱରରେ ABVP ତରଫରୁ ଏକ ତ୍ରିରଙ୍ଗା ରାଲି ବାହାରିଛି। ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ମୁଖରୁ ଏକ ବିରାଟ ପଟୁଆର ବାହାରି ମାଷ୍ଟର କ୍ୟାଣ୍ଟିନ ଅଭିମୁଖେ ବାହାରିଥିଲା। ସ୍ୱତଃ ପ୍ରବୃତ ଭାବରେ ଏଥିରେ ସବୁ କଲେଜର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।ନିୟନ୍ତ୍ରଣ ସୀମାରେଖା ପାର୍‌ କରି ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଧ୍ୱଂସ କରିଛି ଭାରତ। ସବୁ ଭାରତୀୟ ଙ୍କ ପାଇଁ ଏହା ବେଶ ଖୁସି ଆଣିଦେଇଛି। ଆଜି ଭୋର ୩ ଟା ୩୦ରେ ଆକ୍ରମଣ ପରେ ଭିଡିଓ ଜାରି କରିିିଛି ପାକିସ୍ତାନ। ଏଥିସହ ଭାରତୀୟ ସେନା ଅଧିକାରୀ ମଧ୍ୟ ସୂଚନା ଦେଇଛନ୍ତି। PoK ରେ ୧୦୦୦ କିଲୋ ବୋମା ପକାଇ ଜୈସ-ଏ-ମହମ୍ମଦ ଅଡ୍ଡା ଧ୍ବଂସ କଲା ଭାରତୀୟ ବାୟୁସେନା।

Leave A Reply

Your email address will not be published.