Odisha Latest Breaking News & Current Headlines

୨୬ ହଜାର ସୈନିକଙ୍କ ସମ୍ମାନରେ ମୋଦୀ କଲେ ସେହି କାମ, ଯାହା ୫୫ ବର୍ଷରେ କୌଣସି ସରକାର କରି ପାରିଲେ ନାହିଁ l

0

ଆମଭାରତ :  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଗେଟ ପାଖରେ ନ୍ୟାସନାଲ ଓ୍ଵାର ମେମୋରିଆଲର ଉଦଘାଟନ କରିଛନ୍ତି। ପ୍ରଥମ ଥର ୧୯୬୦ରେ ସଶସ୍ତ୍ର ବଳ ନ୍ୟାସନାଲ  ଓ୍ଵାର ମେମୋରିଆଲ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ।  ମାତ୍ର ଅନେକ ସରକାର ଆସିଲେ ଆଉ ଗଲେ, ମାତ୍ର  ଏହି ପ୍ରସ୍ତାବ ଉପରେ କେହି ହେଲେ କାମ କଲେ ନାହିଁ।  ବିଜେପି ସରକାର ହେବା ପରେ ୨୦୧୫ ଅକ୍ଟୋବରରେ ଏହି ସ୍ମାରକର ନିର୍ମାଣକୁ ମଞ୍ଜୁରୀ ଦିଆଯାଇଥିଲା। ଅର୍ଥାତ ଏହି ସ୍ମାରକ ନିର୍ମାଣ ପାଇଁ ଲାଗିଗଲା ୫୫ ବର୍ଷ।  ୪୦ ଏକର ଜାଗାରେ ନିର୍ମିତ ଏହି ମେମୋରିଆଲ ସେହି ଯବାନଙ୍କ ପ୍ରତି ସମ୍ମାନର ସୂଚକ ହେବ, ଯେଉଁମାନେ ଦେଶର ରକ୍ଷା ପାଇଁ ନିଜର ପ୍ରାଣବଳୀ ଦେଇଛନ୍ତି।

୪୦ ଏକର ଜମିରେ  ନିର୍ମିତ ଏହି ମେମୋରିଆଲର ନିର୍ମାଣରେ ପ୍ରାୟ ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସ୍ମାରକ ସହିତ ଏଠାରେ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯାଇଛି। ସ୍ମାରକ ଓ ସଂଗ୍ରହାଳୟ ମଧ୍ୟରେ ଏକ ସବ ଓ୍ଵେ ମଧ୍ୟ ରଖାଯାଇଛି। ଏହା ବ୍ୟତୀତ ନ୍ୟାସନାଲ ଓ୍ଵାର  ମେମୋରିଆଲରେ କାନ୍ଥରେ ୨୯, ୯୪୨ ସହିଦଙ୍କ ନାମ ମଧ୍ୟ ଲେଖାଯାଇଛି।

ନ୍ୟାସନାଲ ଓ୍ଵାର ମେମୋରିଆଲକୁ ଏମିତି ତିଆରି କରାଯାଇଛି, ଯେଉଁଥିରେ ରାଜପଥ ଓ ଏହାର ଭବ୍ୟ ସରଞ୍ଚନାକୁ କୌଣସି ଆଘାତ ନଲାଗିବ। ଏଥିରେ ପ୍ରସ୍ତାବିତ ନ୍ୟାସନାଲ ଓ୍ଵାର ମ୍ୟୁଜିୟମ ପାଇଁ ଉପଯୁକ୍ତ ଡିଜାଇନ ପ୍ରସ୍ତୁତ କରିବା ପ୍ରକ୍ରିୟା ଜାରି ରହିଛି। ଏହାର ନିର୍ମାଣରେ ଆନୁମାନିକ ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

କେନ୍ଦ୍ରରେ ନିର୍ମିତ ହୋଇଛି ୨୧ ପରମବୀର ଚକ୍ର ବିଜେତାଙ୍କ ମୂର୍ତ୍ତି

ଛଅ ବାହୁ ବିଶିଷ୍ଟ  ଆକାରରେ ନିର୍ମିତ ମେମୋରିଆଲର କେନ୍ଦ୍ରରେ ୧୫ ମିଟର ଉଚ୍ଚ ସ୍ମାରକ ସ୍ତମ୍ଭ ତିଆରି କରାଯାଇଛି। ଏହା ଉପରେ ଭିତ୍ତି ଚିତ୍ର, ଗ୍ରାଫିକ ପ୍ୟାନେଲ, ସହିଦଙ୍କ ନାମ ଓ ୨୧ ପରମବୀର ଚକ୍ର ବିଜେତାଙ୍କ ମୂର୍ତ୍ତି  ନିର୍ମାଣ କରାଯାଇଛି।  ସ୍ମାରକ ଚାରୋଟି ଚକ୍ର ଉପରେ କେନ୍ଦ୍ରିତ ରହିଛି- ଅମର ଚକ୍ର, ବୀରତା ଚକ୍ର, ତ୍ୟାଗ ଚକ୍ର, ରକ୍ଷକ ଚକ୍ର।  ଏଥିରେ ସ୍ଥଳ ସେନା, ବାୟୁସେନା ଓ ନୌସେନାର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି।  ସହିଦଙ୍କ ନାମ କାନ୍ଥରେ ଲିପିବଦ୍ଧ କରାଯାଇଛି। ସ୍ମାରକର ତଳ ଭାଗ ଅମର ଯବାନ ଜ୍ୟୋତି ପରି ରହିଛି।

ଇଣ୍ଡିଆ ଗେଟ୍ ୧୯୩୧ ଓ ୧୯୭୨ରେ ଅମର ଯବାନ ଜ୍ୟୋତି

ଦୁନିଆରେ ବଡ଼ ଦେଶଗୁଡ଼ିକ ମଧ୍ୟରେ କେବଳ ଭାରତରେ ଏ ପର୍ୟ୍ୟ ନ୍ତ ସ୍ମାରକ ନିର୍ମାଣ ହୋଇନଥିଲା। ପ୍ରଥମେ ଇଂରେଜ ବିଶ୍ଵ ଯୁଦ୍ଧରେ ସହିଦ ଭାରତୀୟ ଯବାନଙ୍କ ସ୍ମୁତିରେ  ୧୯୩୧ରେ ଇଣ୍ଡିଆ ଗେଟ୍ ନିର୍ମାଣ କରିଥିଲେ। ୧୯୭୧ ଯୁଦ୍ଧରେ ସହିଦ ୩୮୪୩ ସୈନିକଙ୍କ ସମ୍ମାନରେ ଅମର ଯବାନ ଜ୍ୟୋତି ତିଆରି କରାଯାଇଥିଲା।

Leave A Reply

Your email address will not be published.