Odisha Latest Breaking News & Current Headlines

ଅସମ୍ଭବକୁ ସମ୍ଭବ କରିଦେଖାଇଲେ , କେବଳ ୬ ଦିନରେ ଏହି ଯୁବକ ଜଣଙ୍କ ଶହୀଦଙ୍କ ପରିବାର ପାଇଁ ଜମା କଲେ ୬ କୋଟି ଟଙ୍କା – ସାରା ବିଶ୍ୱ ଏବେ କରୁଛି ପ୍ରଶଂସା

0

ଆମଭାରତ :       ଜାମ୍ମୁ କାଶ୍ମୀର ପୁଲବାମାରେ ୧୪ ଫେବୃୟାରୀକୁ ଆତଙ୍କବାଦୀମାନେ ସିଆର୍ ପିଏଫ୍ ବସ୍ ଉପରେ ଆକ୍ରମଣ କରିଦେଲେ , ସେହି ଜବାନଙ୍କ ମଧ୍ୟରେ ୪୦ ଜଣ ସିଆର୍ ପିଏଫ୍ ଜବାନ ଥିଲେ , ଓ ଏହାର ଗୋଟେ ଦିନ ପରେ ମେଜର୍ ଚିତ୍ରେଶ୍ ସିଂ ନିୟନ୍ତ୍ରଣ ରେଖା ପାଖରେ ଆଇଇଡି ଡିଫ୍ୟୁଜ୍ କରିବା ସମୟରେ ପ୍ରାଣ ତ୍ୟାଗ କଲେ , ଏହାପରେ ୧୮ ଫେବୃୟାରୀକୁ ମେଜର୍ ବିଭୁତି ଶଙ୍କର ଢୋଂଡିଆଲ୍ ସହିତ ଚାରି ଜଣ ଜବାନ ସହିଦ ହୋଇଥିଲେ , ଏହି ଆକ୍ରମଣ ସମୟରେ ଆତଙ୍କବାଦୀ ମାଷ୍ଟର ମାଇଣ୍ତ ମରିଯାଇଥିଲା

ଏବେ ଏହି ଘଟଣା ପରେ ସହିଦଙ୍କ ପରିବାରଙ୍କୁ ବିଭିନ୍ନ ତରଫରୁ ନିଜ ନିଜ ମଧ୍ୟରେ ସାହାଯ୍ୟ କରୁଛନ୍ତି , ବିହାରର ଶେଖପୁରାରେ ରହୁଥିବା ଡିଏମ୍ ଇନାୟତ ଖାଁ ଦୁଇଟି ଜବାନଙ୍କ ଝିଅଙ୍କୁ କୋଳେଇଛନ୍ତି , ସେମିତି ଆମେରିକାରେ ରହୁଥିବା ଭାରତୀୟ ମୂଳର ଯୁବକ ସହିଦଙ୍କ ପରିବାରକୁ ଦେବ ୬ କୋଟି ଟଙ୍କା , ଏହି ପରି ଏକାଠି କଲା ଏକ ବଡ ରାଶି । ଦେଶରେ ଥିବା ରାଜନୈତିକ , କିମ୍ବା ଖେଳ ଜଗତର ଖେଳାଳୀ , ବଲିଉଡ୍ ସେଲିବ୍ରେଟି ବି ସହୀଦ ଜବାନଙ୍କୁ ସାହାଯ୍ୟ କରିବାପାଇଁ ଆଗେଇ ଆସିଛନ୍ତି , ସମସ୍ତେ ନିଜ ନିଜ ହିସାବରେ ଆର୍ମୀର ଫଣ୍ତରେ ଡିପୋଜିଟ୍ କରୁଛନ୍ତି


ଏମିତିରେ ୨୬ ବର୍ଷୀୟ ବିବେକ ପଟେଲ ୬ କୋଟି ଟଙ୍କା ନେଇ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି , ବିବେକ୍ ଆମେରିକାରେ ରୁହନ୍ତି , ଓ ସେ ଏହି ଫଣ୍ତ ରେଜ୍ କରିବାପାଇଁ ଏକ ଫେସବୁକ୍ ପେଜ୍ କରିଥିଲେ , ବିବେକ ୧୫ ଫେବୃୟାରୀକୁ ଏହି ପେଜ୍ କରିଥିଲେ , ସିଆର୍ ପିଏଫ୍ ରେ ଡୋନେଟ୍ କରିବାପାଇଁ ସେ ୟୁଏସ୍ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡରୁ ଡୋନେଟ୍ କରିପାରୁନଥିଲା , ସିଆର୍ ପିଏଫ୍ ରେ ପଇସା ଡୋନେଟ୍ କରିବାପାଈଁ ଟାର୍ଗେଟ୍ କେବଳ ୫ ଲକ୍ଷ ଡଲାରରେ ସିମିତ ଥିଲା , ଯାହା ୩,୫ କୋଟି ହେଉଛି , କିନ୍ତୁ ଏହି ପେଜ୍ ରେ କେବଳ ୬ ଦିନରେ ୨୨ ହଜାର ଲୋକେ ଯୋଡି ହୋଇଗଲେ , ଓ ୮୫୦,୦୦୦ ଡଲାର ମାନେ ପ୍ରାୟ ୬ କୋଟି ଟଙ୍କା ଏକାଠି ହୋଇଗଲ।।

ଲୋକେ ବିବେକ ପଟେଲ୍ ଙ୍କ କାମ ପାଇଁ ବହୁତ ପ୍ରଶଂସା କରିଛନ୍ତି , ଓ ତାଙ୍କୁ ବହୁତ ଦେଶରୁ ସାହାଯ୍ୟ କରିବାପାଇଁ କଲ୍ ଆସୁଛି । ଲୋକାଲ୍ ରେଡିଓ ଷ୍ଟେସନ ବି ତାଙ୍କୁ ସାହାଯ୍ୟ କରିଥିଲେ , କିନ୍ତୁ ଏବେ ଏହି ପ୍ରଶ୍ନ ଉଠୁଛି କି ଏହି ପଇସାକୁ ସଠିକ୍ ହାତରେ କିପରି ଦିଆଯିବ , ଯେଉଁ ମାନେ ଡୋନେଟ୍ କଲେ ସେମାନଙ୍କ ମନରେ ବି ସେତିକି ପ୍ରଶ୍ନ ଅଛି , ଯାହାର ଜବାବ ଦେଇକରି ଏକ ଭିଡିଓ ସେ ପୋଷ୍ଟ କରିଛନ୍ତି , ବିବେକ ଫେସବୁକ୍ ପୋଷ୍ଟକୁ ରେଗୁଲାର୍ ଅପଡେଟ୍ କରନ୍ତି , ଓ ସ୍କ୍ରିନ୍ ସର୍ଟ ବି ପୋଷ୍ଟ କରିଥାନ୍ତି , ଏବେ ସେ ପଇସା ଟ୍ରାନ୍ସଫର କରିବାପାଇଁ ଅପେକ୍ଷା କରୁଛନ୍ତି , ସେ ଚାହୁଁଛନ୍ତି କି ଭାରତ ସରକାରଙ୍କ କେଉଁ ଦାୟିତ୍ୱ ବାନ ବ୍ୟକ୍ତି ଏହି ପଇସାକୁ ନେଇ ନିଅନ୍ତୁ , ସହିଦଙ୍କ ପରିବାରଙ୍କୁ ସାହାଯ୍ୟ କରନ୍ତୁ ।

ବଲିଉଡ୍ ବି ପୁଲବାମାରେ ହୋଇଥିବା ଆକ୍ରମଣ ପାଇଁ ବହୁତ ଶୋକ ବ୍ୟକ୍ତ କରିଛି , ସମସ୍ତେ ଟ୍ୱିଟ୍ କରି ନିଜ ରାଗ ଜାହିର୍ କରିଛନ୍ତି , ବହୁତ ଏମିତି ସେଲିବ୍ରେଟିଜ୍ ଅଛନ୍ତି , ଯିଏ କି ସମସ୍ତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି , ଯେଉଁଥିରେ ସଲମାନ, ଅକ୍ଷୟ କୁମାର, ଅମିତାଭ ବଚ୍ଚନମ୍ କୈଳାସ ଖେର୍  ଆଦି ତାରକା ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି , ଏହା ଛଡା ଖେଳ ଜଗତରେ ବିରେନ୍ଦ୍ର ସେହ୍ୱାଗ, ଛୁଆଙ୍କ ପାଠ ପଢାର ସମସ୍ତ ଖର୍ଚ୍ଚ ଉଠାଇଛନ୍ତି , ଓ ଗୌତମ ଗମ୍ଭୀର ବି ସହିଦଙ୍କ ପରିବାର ପାଇଂ ଏକ ଭଲ ରାଶି ଡୋନେଟ୍ କରିଛନ୍ତି ।

 

Leave A Reply

Your email address will not be published.