Odisha Latest Breaking News & Current Headlines

ଫେସବୁକ୍ ହୋଇପାରେ ତୃତୀୟ ବୃହତ ଦେଶ !

0

Amabharat : ସୋସିଆଲ ନେଟୱର୍କିଂ ସାଇଟ ଫେସବୁକ ଦେଖିବାକୁ ଗଲେ ନିଜ ଭିତରେ ଏକ ଦୁନିଆ ସଦୃଶ । ଶହେ କୋଟିରୁ ଅଧିକ ଆକାଉଣ୍ଟଧାରୀଙ୍କୁ ହିସାବରେ ନେଲେ ଫେସବୁକ ଦୁନିଆର ତୃତୀୟ ବଡ଼ ଦେଶ ହୋଇପାରିବ । ଏହି ଆକାଉଣ୍ଟଧାରୀ ମାନଙ୍କର ଏକ ବଡ଼ ଅଂଶ ମାସରେ ଅତି କମରେ ଥରେ ଫେସବୁକରେ ଲଗ୍ ଇନ୍ କରି ଏହାର କିଛି ଫିଚରର ବ୍ୟବହାର କରନ୍ତି । କମ୍ପନୀ ଏହାକୁ ନିଜର ମାସିକ ସକ୍ରିୟ ଉପଭୋକ୍ତା (MAU) ବୋଲି ବିବେଚନା କରେ ।
କିନ୍ତୁ ଯେବେ ଏହି ଏମଏୟୁର କଥା ଉଠେ ତ କମ୍ପନୀର ସାଂଖିକ ମୂଲ୍ୟ ଦେଖିଲେ ଏଥିରେ ନକଲୀ ଆକାଉଣ୍ଟର ସଂଖ୍ୟା ପାଖାପାଖି ୨୫ କୋଟିର ଅଧିକ ହୋଇପାରେ । କମ୍ପନୀ ୨୦୧୮ର ନିଜ ବାର୍ଷିକ ରିପୋର୍ଟରେ ଦର୍ଶାଇଛି ଯେ ଅକ୍ଟୋବର ରୁ ଡିସେମ୍ବର ମଧ୍ୟରେ ଏହାର ଏମଏୟୁ ରେ ୧୧ ପ୍ରତିଶତ ଭୁଲ ବା ନକଲୀ ଆକାଉଣ୍ଟ ଅଛି, ଯେବେ କି ୨୦୧୫ରେ ଏହା ଏମଏୟପୁର ମାତ୍ର ୫ ପ୍ରତିଶତ ଥିଲା ।ଡିସେମ୍ବର ୨୦୧୫ ପର୍ଯ୍ୟନ୍ତ କମ୍ପନୀର ଏମଏୟୁ ସଂଖ୍ୟା ୧.୫୯ ଅୟୁତ ଥିଲା ଯାହାକି ୨୦୧୮ ଡିସେମ୍ବର ଶେଷ ସୁଦ୍ଧା ବଢ଼ି ୨.୩୨ ହୋଇଛି । କମ୍ପନୀ ରିପୋର୍ଟ ଅନୁଯାୟୀ ଏଭଳି ଆକାଉଣ୍ଟର ପରିଚୟ ଆନ୍ତରିକ ସମୀକ୍ଷା ଦ୍ୱାରା ଜାଣିହୁଏ । କମ୍ପନୀ କହିବା କଥା ଯେ ନକଲୀ ଆକାଉଣ୍ଚ ଏଭଳି ଏକ ଆକାଉଣ୍ଟ ଯାହାକି ଉପଭୋକ୍ତା ନିଜ ପ୍ରମୁଖ ଆକାଉଣ୍ଟକୁ ବାଦ ଦେଇ ଆଉ ଏକ ଆକାଉଣ୍ଟକୁ ଚଲାଇଥାଏ ।
ଦେଶବ୍ୟାପି ଫେସବୁକ ଉପଭୋକ୍ତାଙ୍କ ସଂଖ୍ୟା ୨୦୧୮ରେ ୧.୫୨ ଅୟୁତ ଥିବା ବେଳେ ୨୦୧୭ ରେ ଏହା ୧.୪୦ ଅୟୁତ ଥିଲା । କମ୍ପନୀର ଦୈନିକ ସକ୍ରିୟ ଉପଭୋକ୍ତାଙ୍କ ସଂଖ୍ୟା ବଢ଼ିବାରେ ଭାରତ, ଇଣ୍ଡୋନେସିଆ ଏବମ ଫିଲିପାଇନ୍ସ୍ ଭଳି ଦେଶର ପ୍ରମୁଖ ଭୂମିକା ଅଛି ।

Leave A Reply

Your email address will not be published.