Odisha Latest Breaking News & Current Headlines

ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନରେ ମତ ରଖିଲେ ଆସାମ ମୁଖ୍ୟମନ୍ତ୍ରୀ l

0

ଆମଭାରତ { ପୁରୀ } : ଓଡ଼ିଶା ସରକାର ତଫସିଲଭୁକ୍ତ ଜନଜାତି ବିରୋଧୀ। ରାଜ୍ୟରେ ତଫସିଲଭୁକ୍ତ ଜନଜାତିର ଲୋକଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲ କହିଛନ୍ତି। ଆଜି ପୁରୀ ତାଳବଣିଆସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ଆୟୋଜିତ ଦୁଇ ଦିନିଆ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନରେ ଯୋଗ ଦେଇ ଆସାମ ମୁଖ୍ୟମନ୍ତ୍ରାୀ ଶ୍ରୀ ସୋନୋଓ୍ଵାଲ ଓଡ଼ିଶା ସରକାରଙ୍କୁ ଏହିପରି ଭାବେ ସମାଲୋଚନା କରିଛନ୍ତି।

ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଚାର ନେତାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦୁଇ ଦିନିଆ ବିଜେପି ଜନଜାତି ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେଇ ଶ୍ରୀ ସୋନୋଓ୍ଵାଲ କହିଥିଲେ ଯେ, ଓଡ଼ିିଶା ସରକାର ତଫସିଲଭୁକ୍ତ ଜନଜାତିର ଲୋକଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ନୁହଁନ୍ତି। ରାଜ୍ୟରେ ତଫସିଲଭୁକ୍ତ ଜନଜାତିର ଲୋକେ ଉପଯୁକ୍ତ ସୁରକ୍ଷା ପାଉ ନାହାଁନ୍ତି ବୋଲଇ ଶ୍ରୀ ସୋନୋଓ୍ଵାଲ ଅଭିଯୋଗ କରିଛନ୍ତିି।
ଅନ୍ୟାନ୍ୟଙ୍କ ମଧ୍ୟରେ ଏହି ଅଧିବେଶନରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ବିଜେପି ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇ ତଫସିଲଭୁକ୍ତ ଜାତି ଓ ଜନଜାତିର ଲୋକଙ୍କ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲାଚନା କରିଛନ୍ତି।

Leave A Reply

Your email address will not be published.