Odisha Latest Breaking News & Current Headlines

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ପରଲୋକ

0

ଆମଭାରତ : ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ପରଲୋକ । ୮୮ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ବହୁଦିନ ହେବ ସ୍ବାଇନ୍‌ ଫ୍ଲୁରେ ସେ ଆକ୍ରାନ୍ତ ଥିବାବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ଦିଲ୍ଲୀର ଏକ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଆଜି ସକାଳ ପ୍ରାୟ ୭ଟାରେ ସେ ପ୍ରାଣ ତ୍ୟାଗ କରିଛନ୍ତି ।ଅସୁସ୍ଥତା ପାଇଁ ଦୀର୍ଘ ଦିନ ହେବ ସେ ରାଜନୈତିକ ଜୀବନକୁ ଦୂରେଇ ଦେଇଥିଲେ । ୧୯୯୮ ରୁ ୨୦୦୪ ଯାଏଁ ବାଜପେୟୀ ସରକାରବେଳେ ପ୍ରତିରକ୍ଷା ମନ୍ତ୍ରୀ ଦିୟିତ୍ବ ତୁଲାଇଥିଲେ ଫର୍ଣ୍ଣାଣ୍ଡିଜ୍‌ । ଶିଳ୍ପ, ରେଳବାଇ ଓ ରକ୍ଷା ବିଭାଗ ଦାୟିତ୍ବରେ ଥିଲେ ଫର୍ଣ୍ଣାଣ୍ଡିଜ୍‌ ।ତାଙ୍କ ସମୟରେ ହିଁ କରାଯାଇଥିଲା ପୋଖରାନ ନ୍ୟୁକ୍ଲିୟର ଟେଷ୍ଟ । ସେ ଲୋକସଭାକୁ ୯ ଥର ନିର୍ବାଚିତ ହୋଇଥିଲେ । ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଫର୍ଣ୍ଣାଣ୍ଡିଜ ।

Leave A Reply

Your email address will not be published.