ଆମଭାରତ { ବ୍ରହ୍ମପୁର } : ରବିବାର ମଧ୍ୟାହ୍ନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାନଟ ଓ ଶିଳାନ୍ୟାସ କରିଛନ୍ତି।ଦିନ ୧୨: ୦୫ରେ ମୁଖ୍ୟମନ୍ତ୍ରୀ ବ୍ୟାଟେରି ଚାଳିତ ଗାଡ଼ିରେ ଏୟାର୍ ଷ୍ଟ୍ରିପ୍ ଠାରେ ଆୟୋଜିତ ସମାବେଶ ସ୍ଥଳରେ ପହଞ୍ଚିବା ପରେ ୭୧୬ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ୨୯୬ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।ସେଠାରେ ଆୟୋଜିତ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ଅନ୍ତର୍ଗତ ଭାଗଚାଷୀ ସହାୟତା ପ୍ରଦାନ ଅର୍ଥରାଶି ଆକାଉଣ୍ଟ୍କୁ ପଠାଇବାର ବ୍ୟବସ୍ଥାକୁ ସୁଇଚ୍ ଟିପି ଶୁଭାରମ୍ଭ କରିଥିଲେ। ଏହା ସହ ସେ କାଳିଆ ସହାୟତା ବଣ୍ଟନ ପତ୍ର ଓ କାଳିଆ ଯୋଜନା ସମ୍ବନ୍ଧୀୟ ଅଡିଓ ଭିଜୁଆଲ୍ ଉନ୍ମୋଚନ କରିଥିଲେ।
ସମାବେଶରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଚାଷୀମାନଙ୍କୁ ଖୁସି ଅଛକି ବୋଲି ପ୍ରଶ୍ନ କରିବା ସହ ଚାଷୀଙ୍କ ଖୁସିରେ ସେ ନିଜେ ଖୁସି ବୋଲି କହିଥିଲେ। କାଳିଆ ଯୋଜନା ପ୍ରତି ଚାଷୀଙ୍କ ସମର୍ଥନ ରହିଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚରେ ଜିଲ୍ଲାର କୌଣସି ନେତା ବା ମନ୍ତ୍ରୀ ଉପସ୍ଥିତ ନ ଥିବା ବେଳେ କାଳିଆ ଯୋଜନାରୁ ସହାୟତା ପାଇଥିବା ୧୦ ଚାଷୀ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଚାଷୀ ମଞ୍ଚରେ ନିଜ ନିଜ ଅଭିମତ ଦେଇଥିଲେ।
Next Post