Odisha Latest Breaking News & Current Headlines

ଖେଳାଳିଙ୍କ ସାହସ ବଢାଇବାକୁ ମୁଖ୍ୟମନ୍ତ୍ରୀ ପହଞ୍ଚିଲେ କଳିଙ୍ଗ ଷ୍ଟାଡିଆମରେ

0

              ଆମ ଭାରତ (ବ୍ୟୁରୋ):November  ୨୮  ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱକପ ହକିର ଆଜି ହେଉଛି ଶେଷ ସନ୍ଧ୍ୟା । କେଉଁ ଟିମ ବିଶ୍ୱକପ ବିଜେତା ହେବ ତାଉପରେ ସମସ୍ତଙ୍କ ଦୃଷ୍ଟି । ଫାଇନାଲ ରେ ସାମ୍ନାସାମ୍ନି ହେବାକୁ ଥିବା ବେଲଜିୟମ ଓ ନେଦରଲାଣ୍ଡ ଦଳର ଖେଳାଳିଙ୍କ ହୃତସ୍ପନ୍ଦନ ବଢ଼ିବାରେ ଲାଗିଛି । ଆଉ କିଛି ଘଣ୍ଟା ପରେ କିଏ ବିଶ୍ୱବିଜେତା ହେବ ତାହା ଜଣାପଡିଯିବ । ତେଣୁ ଉଭୟ ଦଳର ଖେଳାଳିଙ୍କ ମନୋବଳ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିଅମ ରେ ପହଞ୍ଚିଥିଲେ । ହକି କମ୍ପେ୍ଲସରେ ରେ ଖେଳାଳି ଓ ହକି ଇଣ୍ଡିଆର ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିବା ପରେ ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ ।

ସୂଚନା ଅନୁଯାୟୀ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ରେ ଅନୁଷ୍ଠିତ ପୁରୁଷ ବିଶ୍ୱକପ ହକିର ଆଜି ଅନ୍ତିମ ଦିବସ । ଆଜିର ଫାଇନାଲ ମ୍ୟାଚ ରେ ରିଓ ଅଲିମ୍ପିକ ରୌପ୍ୟ ପଦକ ବିଜେତା ବେଲଜିୟମ ଏବଂ ଗତ ବିଶ୍ୱକପର ରୌପ୍ୟ ପଦକ ବିଜେତା ନେଦରଲାଣ୍ଡ ମଧ୍ୟରେ କଡା ଟକ୍କର ହେବବୋଲି ହକି ପ୍ରେମୀ ଆଶା ବାନ୍ଧିଥିବା ବେଳେ ଉଭୟ ଟିମର ମନବଳ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିଅମରେ ପହଞ୍ଚିଥିଲେ । ସେଠାରେ ଖେଳାଳି ମାନଙ୍କ ସହ କଥାବାର୍ତା କରିବା ପରେ ସେମାନଙ୍କ ସହ ଭୋଜନ କରିଥିଲେ । ସେହିପରି ଆଜି ମାଷ୍ଟର ବ୍ଲାଷ୍ଟର ସଚିନ ଆସିବା କଥା ଟ୍ୱିଟ ଯୋଗେ କହିଥିଲେ । ତେବେ ସଚିନଙ୍କୁ ପାଖରେ ପାଇବା ଶୁଣି ହକିପ୍ରେମୀ ମନେ ଖୁବ ଉତ୍ସାହିତ ।

Leave A Reply

Your email address will not be published.