Odisha Latest Breaking News & Current Headlines

ଡେୟାର ଡେଭିଲ୍‌ରେ ରାଫେଲ୍‌ ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ l

0

ଆମଭାରତ { ଭୁବନେଶ୍ବର }: ସାଧାରଣତନ୍ତ୍ର ଦିବସ ଅବସରରେ ମୋଟର ସାଇକେଲ୍‌ରେ ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ ସହ ଦେଖିବାକୁ ମିଳିବ ରାଫେଲ୍‌ ଯୁଦ୍ଧ ବିମାନର ପ୍ରତୀକ। ୬୧ଜଣ ଯୁବକ ୭ଟି ବୁଲେଟ୍‌ରେ ଏହି ରାଫେଲ୍‌କୁ ଉପସ୍ଥାପନ କରିବେ। ଧନେଶ୍ବର ବାରିକ ଏବଂ ଯଶବନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ପ୍ରତୀକାତ୍ମକ ଦୃଶ୍ୟ ଦେଖିବାର ସୁଯୋଗ ମିଳିବ। ଲୋୟର ପିଏମ୍‌ଜିରେ ଆସନ୍ତାକାଲି ଏହି ସୁଯୋଗ ଭେଟିଦେବ ମହର୍ଷି ଡେୟାର ଡେଭିଲ୍‌ସ। ଏଥିସହ ୪୧ଜଣ ଯୁବତୀ ୫ଟି ବୁଲେଟ୍‌ରେ ଏକ ସ୍ବତନ୍ତ୍ର ପ୍ରଦର୍ଶନ ସହ ‘ଦେଶ ରକ୍ଷାରେ ନାରୀ ଶକ୍ତି’ର ବାର୍ତା ଦେବେ। ଚିନ୍ମୟୀ ଭୂୟାଁ ଏବଂ ଜିନା ପ୍ରିୟଦର୍ଶିନୀଙ୍କ ତତ୍ତ୍ବାବଧାନରେ ଏହି ଦୃଶ୍ୟ ଦେଖିବାକୁ ମିଳିବ। ଏଥିସହ ସବା ପଛରେ ୬୫୦ ସିସି ବୁଲେଟ୍‌ରେ ଜଣେ ଯୁବତୀ ଦଣ୍ଡାୟମାନ ହୋଇ ପତାକା ଧରିବେ। ଏହା ବ୍ରାହ୍ମୋସ ମିସାଇଲ୍‌ ସଦୃଶ ପ୍ରତୀୟମାନ ହେବ। ମୋଟ୍‌ ୧୩ଟି ତ୍ରିରଙ୍ଗା ପତାକା ଉଡ଼ିବ। ଡେୟାର ଡେଭିଲ୍‌ସ ପକ୍ଷରୁ ଅଢ଼େଇ ମିନିଟ୍‌ରେ ଏହିଭଳି ଏକ ଦୁଃସାହସିକ ପ୍ରଦର୍ଶନ ଦେଖିବାର ସୁଯୋଗ ମିଳିବ। ମହର୍ଷି ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଅଧ୍ୟାପକ ମିହିର ରଂଜନ ସରଣ ଏଥିପାଇଁ ୧୦୨ ଜଣଙ୍କୁ ପ୍ରାୟ ମାସେ କାଳ ପ୍ରଶିକ୍ଷଣ ଦେଇଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ପୁଷ୍ପଲତା ପରିଜା ଏହି ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ ପୂର୍ବରୁ କ୍ରୀଡ଼ାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉତ୍କୃଷ୍ଟ ସମାଜସେବା ପାଇଁ ମହର୍ଷି ଡେୟାର ଡେଭିଲ୍‌ସକୁ ନଗର ବନ୍ଧୁ ସମ୍ମାନ ମିଳିଥିବା ବେଳେ ପ୍ରକୃତି କ୍ଷେତ୍ରରେ ଅବଦାନ ଯୋଗୁଁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି।

Leave A Reply

Your email address will not be published.