ଆମଭାରତ { ଭୁବନେଶ୍ଵର } : ସାରା ଦେଶ ୭୦ତମ ସାଧାରଣତନ୍ତ୍ର ଦିବସ ପାଳନରେ ବ୍ୟସ୍ତ ଥିବା ବେଳେ ଶନିବାର ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରରେ ଜଘନ୍ୟ କାଣ୍ଡ ଘଟାଇଛନ୍ତି। ଆତଙ୍କବାଦୀମାନେ କଶ୍ମୀରର ବାରାମୁଲାରେ ସେନା ଉପରେ ଆକ୍ରମଣ କରିଥିବା ଜଣାପଡିଛି। ଏହି ଆକ୍ରମଣରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଓଡ଼ିଆ ଜବାନ ସହିଦ ହୋଇଛନ୍ତି। ତାଙ୍କ ନାମ ହେମନ୍ତ ପ୍ରଧାନ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଅଠରାଙ୍ଗ ଗାଁରେ ତାଙ୍କର ଘର ବୋଲି ଜଣାପଡିଛି । ଦୁଇ ବର୍ଷ ତଳେ ସେ ସେନା ବାହିନୀରେ ଯୋଗ ଦେଇଥିଲେ। ହେମନ୍ତଙ୍କ ବିୟୋଗରେ ଅଠରାଙ୍ଗ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ଜବାନ ସହିଦ |
