Odisha Latest Breaking News & Current Headlines

କଂଗ୍ରେସ ଆସିଲେ ଓଡିଶାର ଲୋକଙ୍କ କଥାରେ ଶାସନ ଚାଲିବ l

0

ଆମଭାରତ { ଭୁବନେଶ୍ୱର } : ଏଆଇସିସି ଅଧ୍ୟ କ୍ଷ ରାହୁଲ ଗାନ୍ଧି ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ରାଜ୍ୟ ପ କ୍ଷରୁ ଆୟୋଜିତ ବିଶାଳ ସମାବେଶରେ ଉଦବୋଧନ ଦେଇ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟୁ ସମାଲୋଚନା କରିଥିଲେ । ମୋଦି ଓ ନବୀନଙ୍କ ମଧ୍ୟରେ କୌଣସି ତଫାତ ନାହିଁ ବୋଲି କହିଥିଲେ । ମୋଦି ଚୌକିଦାର ଚୋର ଏଠି ବି ବଡ ଚୋର । ନବୀନ ମୋଦିଙ୍କ ହାତରେ କୀଡନକ ସାଜିଛନ୍ତି । ଚିଟଫଣ୍ଡ ଦୁର୍ନିତୀରେ ନବୀନଙ୍କ ମନ୍ତ୍ୀ ମାନେ ଫସିଥିବାରୁ ସିବିଆଇ ମାଧ୍ୟମରେ ଡରାଉଛନ୍ତି । ମୋଦି ଯେମିତି କହୁଛନ୍ତି ନବୂନ ସେମିତି ନାଚୁଛନ୍ତି । ମୋଦିଙ୍କ ହାତରେ ନବୀନଙ୍କ ରିମୋର୍ଟ କଣ୍ଟ୍ରୋଲ ବୋଲି କହିଥିଲେ । ଉଭୟଙଅକ ଚିନ୍ତାଧାରା ଏକ । ନବୀନ ହେଉଛନ୍ତି ମୋଦିଙ୍କ ଜୁନିୟର ବୋଲି କହିଥିଲେ ରାହୁଲ । ଏଥିସହ ଯୁବକ ଓ କୃଷକମାନଙ୍କ ପାଇଁ ଆଶା ସଞ୍ଚାର କରାଇଥିଲେ । କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ଆହ୍ୱାନ ଦେଇଥିଲେ । କଂଗ୍ରେସ ଆସିଲେ ଓଡିଶାର ଲୋକଙ୍କ କଥାରେ ଶାସନ ଚାଲିବ ଏବଂ ଯୁବକଙ୍କୁ ନିଯୁକ୍ତି ଓ ଚାଷୀଙ୍କୁ ସେମାନଙ୍କ ହକ ମିଳିବ ବୋଲି ସେ ପ୍ରତିଶୃତି ଦେଇଥିଲେ । କୃଷି ଋଣ ଚାଡ ଓ ଧାନର ସହାୟକ ମୂଲ୍ୟ କଥା ବି କହିଥିଲେ ।

.ନବୀନ ମୋଦିଙ୍କ ଜୁନିଅର ପାର୍ଟନର
.କଂଗ୍ରେସ ଆସିଲେ ଋଣ ଛାଡ ହେବ
.ଯୁବକଙ୍କୁ ନିଯୁ୍କ୍ତି ଓ ଚାଷୀଙ୍କୁ ଅଧିକାର ମିଳିବ
ରାହୁଲ କହିଥିଲେ, ମୋଦିଙ୍କ ହାତରେ ନବୀନଙ୍କ ରିମୋଟ ରହିଛି । ମୋଦି ରିମୋଟର ସୁଇଚ ଟିପି ନବୀନଙ୍କୁ ନିୟନ୍ତ୍ରଣ କରୁଛନ୍ତି । ସେଠି ତ ଚୌକିଦାର ଚୋର, ଏଠାରେ ଆହୁରି ବଡ ଚୋର । ଚିଟଫଣ୍ଡ ଘୋଟାଲାରେ ନବୀନଙ୍କ ବହୁ ମନ୍ତ୍ରୀଙ୍କ ନାଁ ଆସିଲା । ମୋଦି ସିବିଆଇ ରିମୋଟରେ ନବୀନଙ୍କୁ ଉଠବସ କରୁଛନ୍ତି । ସେଥିପାଇଁ ମୋଦି ଯାହା କହିଲେ ନବୀନ ହଁ କରୁଛନ୍ତି । ସଂସଦରେ ଯେଉଁ ବିଲ ଆସିଲେ ନବୀନ ସମର୍ଥନ ଦେଉଛନ୍ତି ବୋଲି ରାହୁଲ କହିଥିଲେ ।
ମୋଦୀ ଓ ନବୀନଙ୍କ ଚିନ୍ତା ଓ କାର୍ଯ୍ୟଧାରା ଏକ ବୋଲି କଟାକ୍ଷ କରି ରାହୁଲ କହିଥିଲେ, କିଛି ଅମଲାଙ୍କୁୁ ଧରି ଶିଳ୍ପପତିଙ୍କ ଠାରୁ ଟଙ୍କା ଆଣ । ଶାସନକୁ ଆସିଲେ ସେହି କତିପୟ ଶିଳ୍ପପତିଙ୍କ କଥା ବୁଝ । ଶାସନକୁ ଆସିଲେ ଚାଷୀ, ଯୁବକଙ୍କୁ ଭୁଲିଯିବା ଉଭୟଙ୍କ ନୀତି । ଜଳ, ଜମି, ଜଙ୍ଗଲ, ପ୍ରାକୃତିକ ସମ୍ପଦରେ ଓଡିଶା ଭରପୁର । ଓଡିଶା ଗରିବ ରାଜ୍ୟ ନୁହେଁ, କିନ୍ତୁ ଓଡିଶାରେ ଲୋକ ଗରିବ । ଆପଣଙ୍କ ଖଣିଜ ସମ୍ପଦ, ପାଣି ଆପଣଙ୍କ ଠାରୁ ଛଡାଇ ନିଆଯାଉଛି । ଆପଣଙ୍କ ଖଣି, ପାଣି ଛଡାଇ ନେଇ କିଛି ଶିଳ୍ପପତିଙ୍କୁ ଦିଆଯାଉଛି । ୧୫ ବର୍ଷ ଭିତରେ ନବୀନ କେତେ ଜଳସେଚନ ପ୍ରକଳ୍ପ କରିଛନ୍ତି । ମୋଦି ଯୁଆଡେ ଯାଉଛନ୍ତି କହୁଛନ୍ତି ମୁଁ ଚାଷୀଙ୍କ ହିତରେ ଅଛି । ମୋଦିଙ୍କ ଜୁନିଅର ପାର୍ଟନର ନବୀନ ବି ସେୟା କହି ବୁଲୁଛନ୍ତି । ଏଠାରେ ବ୍ୟୁରୋକାର୍ଟଙ୍କ ଶାସନ ଚାଲିଛି । ବ୍ୟୁରୋକାଟମାନେ ଯାହା କହୁଛନ୍ତି ସେହି ଅନୁସାରେ ଶାସନ ଚାଲୁଛି । କିନ୍ତୁ କଂଗ୍ରେସ ଆସିଲେ ଜନତାଙ୍କ ସରକାର ଚାଲିବ । ଲୋକଙ୍କ କଥାରେ ସରକାର ଚାଲିବ ବୋଲି ରାହୁଲ ପ୍ରତିଶୃତି ଦେଇଥିଲେ ।
ରାହୁଲ ଘୋଷଣା କରିଥିଲେ ଯେ, ଓଡିଶାରେ କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣ ଛାଡ କରାଯିବ । ମାତ୍ର ୧୦ ଦିନ ମଧ୍ୟରେ ଋଣ ଛାଡ କରାଯିବ । କଂଗ୍ରେସ ଆସିଲେ ଏଠାରେ ଧାନ ଏମଏସପି ବି ବଢାଯିବ । କ୍ଷମତାକୁ ଆସିଲେ ଧାନ ଏମଏସପି ୨୬ ଶହ ଟଙ୍କା କରାଯିବ । ଅନ୍ୟ ସମସ୍ତ କଂଗ୍ରେସ ଶାସିତ ରାଜ୍ୟଭଳି ଏଠାରେ ଋଣ ଛାଡ ହେବ । ଆମେ ଅନ୍ୟ ରାଜ୍ୟରେ ପ୍ରତିଶୃତି ଦେଇଥିଲୁ, ଋଣ ଛାଡ କଲୁ । ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନରେ ଋଣ ଛାଡ କରାଯାଇଛି । ଆମେ ଚାଷୀଙ୍କୁ ଦୟା କରୁନି, ତାଙ୍କ ହକ ଦେଉଛୁ । ପ୍ରତି ଜିଲ୍ଲାରେ ଫୁଡ ପ୍ରସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଓଡିଶାରୁ ଉତ୍ପାଦିତ କୃଷି ସାମଗ୍ରୀ ବିଦେଶକୁ ପଠାଯିବ । ଓଡିଶାର ୬୦ ଲକ୍ଷ ଯୁବକ ବାହାରେ ଯାଇ କାମ କରୁଛନ୍ତି । କଂଗ୍ରେସ ସରକାର ଆସିଲେ ୟୁବକଙ୍କୁ ନିଯୁକ୍ତି ମିଳିବ । ଲୋକଙ୍କ ଅର୍ଥ ଶିକ୍ଷା ଓ ସ୍ୱାସ୍ଥ୍ୟ ଲାଗି ଖର୍ଚ୍ଚ ହେବ ବୋଲି ରାହୁଲ କହିଥିଲେ ।

Leave A Reply

Your email address will not be published.