ଓଡ଼ିଶାରେ ଜୁଲାଇ ୧୬ ଯାଏ ବଢିଲା ଲକଡାଉନ୍ l ଓଡ଼ିଶାବଡ ଖବରରାଜ୍ୟ By Ama Bharat Last updated Jun 30, 2021 0 Share ଭୁବନେଶ୍ୱର( ଆମ ଭାରତ ) : ରାଜ୍ୟରେ କରୋନା ସଂକ୍ରମଣ ଏବେ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା ହୋଇଛି । ଜୁଲାଇ ୧୬ ତାରିଖ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।ହଟିଲା ସାପ୍ତାହିକ ସଟଡାଉନ୍ , କ୍ୟାଟେଗୋରୀ-A ର ୨୦ ଜିଲ୍ଲାରେ ଆଉ ହେବନାହିଁ ଶନି ରବି ସଟଡାଉନ୍ l କ୍ୟାଟେଗୋରୀ-A ରେ ୨୦ ଜିଲ୍ଲା , କ୍ୟାଟେଗୋରୀ-B ରେ ୧୦ ଜିଲ୍ଲା କିନ୍ତୁ ଖୋର୍ଦ୍ଧା କଟକ ପୁରୀ ଭଳି କ୍ୟାଟାଗୋରୀ-B ଜିଲ୍ଲା ମାନଙ୍କରେ ସଂକ୍ରମଣ ଅଧିକ ଥିବାରୁ ପୂର୍ବଭଳି ସାପ୍ତାହିକ ସଟଡାଉନ୍ ,ଲକଡାଉନ୍ ଓ ଅନ୍ୟ କଟକଣା ଜାରି l କ୍ୟାଟେଗୋରୀ-B ର ଉପକୂଳବର୍ତ୍ତୀ ୧୦ ଜିଲ୍ଲାରେ ପୂର୍ବଭଳି ସକାଳ ୬ ରୁ ଅପରାହ୍ନ ୨ ଯାଏଁ ଦୋକାନ ଖୋଲା l କ୍ୟାଟେଗୋରୀ-A ର ୨୦ ଜିଲ୍ଲା ରେ ସାପ୍ତାହିକ ହାଟ , ବଜାର ଖୋଲା । କିନ୍ତୁ କ୍ୟାଟେଗୋରୀ-B ର ୧୦ ଜିଲ୍ଲାରେ ନାହିଁ ଅନୁମତି l କ୍ୟାଟେଗୋରୀ-A ର ୨୦ ଜିଲ୍ଲାରେ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା , ସପ୍ତାହକ ସାତ ଦିନ ଖୋଲା କ୍ୟାଟେଗୋରୀ-A ର ୨୦ ଜିଲ୍ଲାରେ ସେଲୁନ୍ ଖୋଲିବାକୁ ଅନୁମତି , ଉଭୟ ଇନଡୋର୍ ଓ ଆଉଟଡୋର୍ ସୁଟିଂ ଅନୁମତି କାଟାଗୋରୀ- A ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା କାଟାଗୋରୀ-B ରେ ୧୦ଟି ଜିଲ୍ଲା ରହିଛି : ନୟାଗଡ, ପୁରୀ,ଖୋର୍ଦ୍ଧା, କଟକ,ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର l 0 Share