Odisha Latest Breaking News & Current Headlines

ଆଉ ଶୁବିବ ନାହିଁ “ଶହେ ଘୋଡାକୁ ଶହେ ହାତୀ, ଏକା ଲଢ଼ିବ ମହାରଥୀ” ।

0

ଭୁବନେଶ୍ୱର ( ଆମ ଭାରତ ) ୪/୧୦ :

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ BJD ନେତା ପ୍ରଦୀପ ମହାରଥୀଙ୍କ ଦେହାନ୍ତ, ୬୫ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ, ଗତକାଲି ବିଳମ୍ବିତ ରାତିରେ ମହାରଥୀଙ୍କ ଦେହାନ୍ତ

ପୁରୀ ସ୍ବର୍ଗଦ୍ବାରରେ ହେବ ମହାରଥୀଙ୍କ ଶେଷକୃତ୍ୟ । ସରକାରୀ ବାସଭବନରୁ ବିଧାନସଭାକୁ ଯିବ ମହାରଥୀଙ୍କ ମରଶରୀର । ବିଧାନସଭାରୁ ବିଜେଡି କାର୍ଯ୍ୟାଳୟକୁ ନିଆଯିବ ମହାରଥୀଙ୍କ ମରଶରୀର । ପରେ ପିପିଲି ସ୍ଥିତି ବାସ ଭବନକୁ ନିଆଯିବ ମରଶରୀର ।

ପୂର୍ବରୁ କୋରୋନାରେ ଆକ୍ରାନ୍ତ ହୋଇଥିଲେ ମହାରଥୀ, ସୁସ୍ଥ ହେବା ପରେ ପୁଣି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ, ପିପିଲିରୁ ୭ ଥର ବିଧାୟକ ହୋଇଥିଲେ ପ୍ରଦୀପ ମହାରଥୀ, ୧୯୫୫ ମସିହା ଜୁଲାଇ ୪ରେ ଜନ୍ମ ଗ୍ରହଣ କରିଥିଲେ ମହାରଥୀ, ୧୯୮୫ରେ ପ୍ରଥମ ଥର ବିଧାୟକ ହୋଇଥିଲେ ମହାରଥୀ

ପୁରୀ SCS କଲେଜରୁ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ । ୨୦୦୦, ୨୦୦୪, ୨୦୦୯ରେ ହୋଇଥିଲେ ନିର୍ବାଚିତ । ୨୦୧୪ ଓ ୨୦୧୯ରେ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଜେଡି ସରକାର ଅମଳରେ ଅନେକ ଥର ମନ୍ତ୍ରୀ ହୋଇଥିଲେ । କୃଷି ଓ ପଞ୍ଚାୟତିରାଜ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ।

Leave A Reply

Your email address will not be published.