ନୂଆଦିଲ୍ଲୀ ୫/୯ : ସେପ୍ଟେମ୍ବର ୧୨ ତାରିଖରୁ ଦେଶରେ ୮୦ଟି ନୂଆ ଟ୍ରେନ୍ ଚଳାଚଳ କରିବ। ଶନିବାର ରେଲୱେ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଏହା କହିଛନ୍ତି। ତେବେ ଏଥିପାଇଁ ୧୦ ସେପ୍ଟେମ୍ବରରୁ ସଂରକ୍ଷଣ ଆରମ୍ଭ ହେବ। ଖୁବ ଶୀଘ୍ର ଟ୍ରେନ୍ ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯିବ ବୋଲି ସେ କହିଛନ୍ତି।
ରେଳବାଇ ବୋର୍ଡ ଅଧ୍ୟକ୍ଷ କହିଛନ୍ତି, ଯେ ଯେତେବେଳେ ମଧ୍ୟ ଏକ ସ୍ୱତନ୍ତ୍ର ଟ୍ରେନର ଆବଶ୍ୟକତା ଥାଏ, ଯେଉଁଠାରେ ପ୍ରତୀକ୍ଷା ତାଲିକା ଲମ୍ବା ଥାଏ, ଆମେ ମୂଳ ଟ୍ରେନ୍ ପରେ ସେହିଭଳି ସମାନ (କ୍ଲୋନ୍) ଟ୍ରେନ୍ ଚଳାଇବୁ ଯାହା ଦ୍ବାରା ଯାତ୍ରୀମାନେ ସେଠାକୁ ଯାତ୍ରା କରିପାରିବେ। ଯାଦବ ଏହା ମଧ୍ୟ କହିଛନ୍ତି । ଯେ ପରୀକ୍ଷା କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ରାଜ୍ୟଗୁଡିକର ଅନୁରୋଧ କ୍ରମେ ରେଳ ଚଳାଚଳ କରିବ।