Odisha Latest Breaking News & Current Headlines

ରାଜ୍ୟରେ ଆଜି ୧୩୪୧ ପଜିଟିଭ୍,୧୭୮୫ ସୁସ୍ଥ ,୧୦ ମୃତ୍ୟୁ ।

0

ଭୁବନେଶ୍ୱର,୧୧ ।୮( ଆମ ଭାରତ ):  ରାଜ୍ୟରେ ଆଜି ପୁଣି ୧୩୪୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୧୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୨୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହଜାର ୭୯୬ ବୃଦ୍ଧି ପାଇଛି । 

ଆଜି ଗଞ୍ଜମରୁ ସର୍ବାଧିକ ୨୨୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ୨୧୮, ସୁନ୍ଦରଗଡରୁ ୯୧, ଭଦ୍ରକରୁ ୮୩, କଟକରୁ ୭୬, ରାୟଗଡାରୁ ୭୫, ବାଲଶ୍ୱରରୁ ୫୪, ବରଗଡରୁ ୫୬, ବଲାଙ୍ଗୀରରୁ ୨୭, ଢେଙ୍କାନାଳରୁ ୧୪, ଗଜପତିରୁ ୨୦, ଜଗତସିଂହପୁରରୁ ୧୬, ଝାରସୁଗୁଡାରୁ ୬୭, ନୟାଗଡରୁ ୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଜି ୧୭୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୪୮୦୫କୁ ବୃଦ୍ଧି ପାଇଛି । ଗଂଜାମରୁ ୪୦୪, ଖୋର୍ଦ୍ଧା ରୁ ୨୬୩, କଟକରୁ ୧୨୬, ସମ୍ବଲପୁରରୁ ୧୨୬, କେନ୍ଧୁଝରରୁ ୧୦୧, ମାଲକାନଗିରି ରୁ ୯୧, କନ୍ଧମାଳରୁ ୮୪, ରାୟଗଡ଼ାରୁ ୮୧, ଗଜପତିରୁ ୮୦, ଢେଙ୍କାନାଳରୁ ୬୦, ମୟୁରଭଂଜରୁ ୫୦, ଯାଜପୁରରୁ  ୪୯, କଳାହାଣ୍ଡି ରୁ  ୪୮, ବାଲେଶ୍ୱରରୁ ୩୨, ନୟାଗଡ଼ରୁ ୩୧, ସୁନ୍ଦରଗଡ଼ରୁ ୩୦, ଭଦ୍ରକରୁ ୨୮, କେନ୍ଦ୍ରାପଡ଼ାରୁ ୨୪, ପୁରୀ ରୁ ୨୨, ବରଗଡ଼ ରୁ ୧୦, ନୂଆପଡ଼ାରୁ ୧୦, ନବରଙ୍ଗପୁର ରୁ ୮, ଜଗତସିଂହପୁର ରୁ ୭, କୋରାପୁଟରୁ ୭, ବଲାଙ୍ଗୀର ରୁ ୫, ବୌଦ୍ଧରୁ ୪, ଝରସୁଗୁଡ଼ାରୁ ୩, ଦେଓଗଡ଼ରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜି ରାଜ୍ୟରେ ୧୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୯୬କୁ ବୃଦ୍ଧି ପାଇଛି । ଆଜି ଗଞ୍ଜାମ ଓ ଖୋର୍ଦ୍ଧାରୁ ୩ ଜଣଙ୍କ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ରାୟଗଡ, ପୁରୀ, ବାଲେଶ୍ୱର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । 

 ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.