Odisha Latest Breaking News & Current Headlines

ଆଇପିଏଲ ଦଳ କିଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ବଚ୍ଚନ ପରିବାର ।

0

ଆମଭାରତ { ନୂଆଦିଲ୍ଲୀ } ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ କିଣିବା ନେଇ ଇଚ୍ଛୁକ। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଫ୍ରାଞ୍ଚାଇଜ ଚେନ୍ନାଇନ ଏଫ୍‌ସି ଓ ପ୍ରୋ କବାଡି ଲିଗ୍‌ ଫ୍ରାଞ୍ଚାଇଜ ଜୟପୁର ପିଙ୍କ ପାନ୍ଥର୍ସ ମାଲିକ ବଚ୍ଚନ ପରିବାର ଏବେ ଦେଶର ଲୋକପ୍ରିୟ ଲିଗ୍‌ର ଦଳ କିଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଅମିତାଭଙ୍କ କମ୍ପାନୀ ଅମିତାଭ ବଚ୍ଚନ କର୍ପୋରେଶନ ପକ୍ଷରୁ ପ୍ରଥମେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଫ୍ରାଞ୍ଚାଇଜ ସହ ଆଲୋଚନା କରାଯାଇଥିଲା। ମାତ୍ର ଏହା ବିଫଳ ହୋଇଥିଲା। ପରେ ୨୦୦୮ ଆଇପିଏଲ ଚାମ୍ପିୟନ ରାଜସ୍ଥାନ ରୟାଲ୍ସ ସହ ଆଲୋଚନା କରାଯାଇଛି। ଏ ନେଇ ଏବି କର୍ପୋରେଶନ ମୁଖ୍ୟ ରମେଶ ପୁଲାପାକା ସ୍ପଷ୍ଟ କରିଛନ୍ତି। ମାତ୍ର ଏ ସମ୍ପର୍କରେ ଅଧିକ ତଥ୍ୟ ଦେଇ ନାହାନ୍ତି। ଅଭିଷେକ ବଚ୍ଚନ ଲଣ୍ଡନଠାରେ ରାଜସ୍ଥାନ ରୟାଲ୍ସ ସହ ମାଲିକ ମନୋଜ ବାଦଲେଙ୍କ ସହ ଆଲୋଚନା କରିଛନ୍ତି। ବଚ୍ଚନଙ୍କ ବ୍ୟତୀତ ଦେଶର ବହୁ ନିବେଶକ ଆପିଏଲ ଦଳ କିଣିବାକୁ ପ୍ରୟାସ କରୁଛନ୍ତି। ରୟାଲ୍ସ ଫ୍ରାଞ୍ଚାଇଜ ଏବେ ମଧ୍ୟ ଲଲିତ ମୋଦିଙ୍କ ପରିବାର ସମ୍ପର୍କରେ ରହିଛି। ମୋଦିଙ୍କ ସାଳକ ସୁରେଶ ଚେଲାରାମଙ୍କ ପରିବାର ରୟାଲ୍ସ ଫ୍ରାଞ୍ଚାଇଜର ସର୍ବାଧିକ ଅଂଶ ରହିଛି। ବିସିସିଆଇ ଏହାକୁ ସ୍ବୀକାର କରିବା ନେଇ ପ୍ରଶ୍ନ ଉଠିଛି। ୨୦୧୩ ସ୍ପଟ ଫିକ୍ସିଂ ପରେ ସେଲିବ୍ରେଟି ଶିଳ୍ପା ଶେଟ୍ଟି ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ରୟାଲ୍ସ ଫ୍ରାଞ୍ଚାଇଜ ମାଲିକାନାରୁ ଓହରି ଯାଇଥିଲେ। ତେବେ ବଚ୍ଚନଙ୍କୁ ଆଇପିଏଲ ମାଲିକଙ୍କ ତାଲିକାରେ ସାମିଲ କରାଇବା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ଉପରେ ନିର୍ଭର କରୁଛି।

Leave A Reply

Your email address will not be published.