Odisha Latest Breaking News & Current Headlines

ରାଜ୍ୟ ସରକାରଙ୍କ ଅନଲକ-୨ ବିଷୟରେ ବିବରଣୀ ।

0

ଭୁବନେଶ୍ୱର, ୩୦ା୬( ଆମ ଭାରତ ): ଅନଲକ-୨ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଜୁଲାଇ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ୧୦ଟି ଜିଲ୍ଲାରେ ସଟଡ଼ାଉନ ବଳବତ୍ତର ରହିବ ବୋଲି ସେ କହିଛନ୍ତି । ୧୦ଟି ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, ଯାଜପୁର, ମୟୁରଭଞ୍ଜ, କଟକ, କେନ୍ଦୁଝର, ଝାରସୁଗୁଡ଼ା, ବାଲେଶ୍ୱର, ଜଗତସିଂହପୁର ଓ ଖୋର୍ଦ୍ଧା ।ଏହାସହ ଅନଲକ ୨ରେ ମଧ୍ୟ ନାଇଟ କର୍ଫ୍ୟୁରେ ପରିବର୍ତ୍ତନ ହୋଇଛି । ଜୁଲାଇ ମାସ ଶେଷ ଯାଏଁ ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୯ଟାରୁ ଭୋର ୫ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ  ।

ଅନଲକ ୨ରେ ଜିଲ୍ଲାପାଳ ବା ପୌର ପ୍ରଶାସକ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବେ । ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶକୁ ଅନୁମତି ନାହିଁ । ଅଗଷ୍ଟ ଶେଷ ଯାଏଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ପାଠପଢ଼ାକୁ ଛାଡ଼ି କର୍ମଚାରୀଙ୍କୁ ନେଇ  । ସିନେମା ହଲ, ପାର୍କ,ଜିମ, ମଧ୍ୟ ବନ୍ଦ ରହିବ । ରେଷ୍ଟୁରାଣ୍ଟ, ଢ଼ାବା , ଖାଦ୍ୟ ପାର୍ସଲ ଦେଇପାରିବେ । କେବଳ ବିମାନବନ୍ଦର, ରେଳ ଷ୍ଟେସନକୁ ଓଲା, ଓବେର ଅନୁମତି ଦିଆଯିବ ।   

ଏହାସହିତ ମାସ୍କ ନପିନ୍ଧିଲେ ଓ ସାମାଜିକ ଦୂରତା ମଧ୍ୟ ନମାନିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାହାଘରରେ ୫୦ଜଣ ସାମିଲ ହେବେ ଓ ଅନ୍ତିମସଂସ୍କାର କାର୍ଯ୍ୟରେ ୨୦ଜଣ ସାମିଲ ପାଇଁ ଅନୁମତି ମିଳିବ । ରାଜ୍ୟ ଭିତରେ, ରାଜ୍ୟ ବାହାରକୁ ମାଲ ପରିବହନରେ କଟକଣା ନାହିଁ । ଓଡ଼ିଶାକୁ ଅଧିକ ଟ୍ରେନ ଓ ବିମାନ ନଆସିବା ନେଇ କେନ୍ଦ୍ରକୁ କୁହାଯାଇଛି । ବୟସ୍କ ବ୍ୟକ୍ତି, ଗର୍ଭବତୀ, ଛୋଟ ପିଲା ନବାହାରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.