Odisha Latest Breaking News & Current Headlines

ସୁସ୍ଥ ହୋଇ ଘରକୁ ଫେରିଲେ ଅମିତ ଶାହ

0

ଆମଭାରତ (ନୂଆଦିଲ୍ଲୀ ) : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଅମିତଶାହ ଆଜି ସକାଳ ୧୦ଟା ୨୦ ମିନିଟରେ ଏମସରୁ ସୁସ୍ଥ ହୋଇ ଫେରିଥିବା କୁହାଯାଉଛି। ଏସଂପର୍କରେ ନିଜେ ଅମିତ୍‌ ଶାହ ନିଜର ଟ୍ୟୁଟରରେ ସୂଚନା ଦେଇ ଜଣାଇଛନ୍ତି ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। । ଏଠାରେ ସୂଚନାଯୋଗ୍ୟ ଯେ ସେ ଗତ ବୁଧବାର ରାତିରେ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ଯୋଗୁଁ ଅସୁସ୍ଥ ଦେଖାଯିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମସ୍)ରେ ଭର୍ତ୍ତି କରାଯାଇଥିଲା।
ନିଜର ଅସୁସ୍ଥତା ନେଇ ଅମିତ ଶାହ ଟୁଇଟର ମାଧ୍ୟମରେ ସୂଚନା ଦେଇଥିଲେ। ସେ କହିଥିଲେ ଈଶ୍ୱରଙ୍କ ଇଚ୍ଛା ଓ ଆପଣଙ୍କ ଭଲ ପାଇବା ଯୋଗୁଁ ଖୁବ ଶୀଘ୍ର ସୁସ୍ଥ ହୋଇଯିବି।ଏହାପରେ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ହୋଇଥିବା ନେଇ ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି ସୂଚନା ଦେଇଥିଲେ। ସୂଚନାଯୋଗ୍ୟ ଅମିତ ଶାହା ଜାନୁଆରି ୧୮ରେ କଟକ ଆସିବାର ଥିଲା।

Leave A Reply

Your email address will not be published.