ବାଲିଅନ୍ତା ତହସିଲଦାର ଗିରଫ ।

ଭୁବନେଶ୍ୱର, ୪ା୬ ( ଆମ ଭାରତ ): ଆଜି ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ଗିରଫ ହୋଇଥିବା ସୂଚନା ମିଳିଛି । ତହସିଲଦାରଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଚାଷ ଜମିକୁ ଘରବାରି କରିବା ପାଇଁ ଲକ୍ଷାଧିକ ଟଙ୍କା ସେ ଲାଞ୍ଚ ନେଉଥିଲେ । ଏହାସହ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ ମଧ୍ୟ ଗିରଫ ହୋଇଛନ୍ତି । ତହସିଲଦାର ଓ ଡାଟା ଏଣ୍ଟ୍ରି ଅପରେଟର ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ଏବେ ଉଭୟଙ୍କୁ ଭିଜିଲାନ୍ସ ଅଫିସରେ ଜେରା କରାଯାଉଛି ।

Leave a Reply

Your email address will not be published. Required fields are marked *