Odisha Latest Breaking News & Current Headlines

ରାଜ୍ୟରେ ୮୦ କରୋନା  ଆକ୍ରାନ୍ତ ଚିହ୍ନଟ ।

0

ଭୁବନେଶ୍ୱର, ୨୩/୫( ଆମ ଭାରତ ): ରାଜ୍ୟରେ ଆଉ ୮୦ କରୋନା  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୯କୁ ବୃଦ୍ଧି ପାଇବ। ୮୦ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୯, ଯାଜପୁରରୁ ୧୪, ବାଲେଶ୍ୱରରୁ ୩, ପୁରୀରୁ ୧୭, କଟକରୁ ଜଣେ, ସୁନ୍ଦରଗଡ଼ରୁ ୫, ନୟାଗଡ଼ରୁ ୫, ବଲାଙ୍ଗୀରରୁ ଜଣେ, ମାଲକାନଗିରିରୁ ୫, କନ୍ଧମାଳରୁ ୨ଜଣ, ଝାରସୁଗୁଡ଼ାରୁ ୩, ଗଜପତିରୁ ୪ଜଣ, ନବରଙ୍ଗପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୦ପଜିଟିଭଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୧ଜଣ ଚିହ୍ନଟ ହୋଇଥିବା ବେଳେ ଘରୋଇ ସଙ୍ଗରୋଧରେ ଥିବା ୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ୭ଜଣ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷ ରୁ ସୂଚନା ମିଳିଛି।

ରାଜ୍ୟରେ ୧୧୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩୬ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟ ଘଟିଛି । ଏବେ ରାଜ୍ୟରେ ୮୨୬ ଆକ୍ଟିଭ କେସ୍ ରହିଛି ।

Leave A Reply

Your email address will not be published.