Odisha Latest Breaking News & Current Headlines

ଭୁବନେଶ୍ୱରରେ ତିନି ଦିନିଆ ଆଇପିଏସ ସମ୍ମିଳନୀର ଆଜି ଉଦଯାପନୀ ଦିବସ

0

ଆମଭାରତ (ଭୁବନେଶ୍ୱର ବ୍ୟୁର): ଭୁବନେଶ୍ୱରରେ ଆରମ୍ଭ ହେଉଛି ତିନି ଦିନିଆ ଆଇପିଏସ ସମ୍ମିଳନୀ। ବିଭିନ୍ନ ଜିଲ୍ଲାର ଏସପି, ଡିସିପି, ଏଡିଜି, ଆଇଜି ଓ ଡିଆଇଜିମାନେ ଏଥିରେ ଯୋଗ ଦେଇଛନ୍ତି। ଆଜି ପ୍ରଥମ ଦିନରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦ୍‌ବୋଧନ ରଖିଛନ୍ତି।

ସେ କହିଛନ୍ତି-“ନକ୍ସଲ ଦମନ ପାଇଁ ରାଜ୍ୟ ପୁଲିସ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି। ଗତବର୍ଷ ରାଜ୍ୟ ପୁଲିସ ପକ୍ଷରୁ ୨୫ଟି ନକ୍ସଲ ଏନ୍‌କାଉଣ୍ଟର କରାଯାଇଛି। ଯେଉଁଥିରେ ପୁଲିସକୁ ୧୯ଟିରେ ସଫଳତା ମିଳିଥିଲା। ଆଗାମୀ ଦିନରେ ପୁଲିସ ନକ୍ସଲ ଦମନ ଦିଗରେ ଅଧିକ ସକ୍ରିୟ ହେବ।”

ସେ ଆହୁରି କହିଛନ୍ତି-“ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ ହେବ। ତେଣୁ ଏହାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ପୁଲିସକୁ ସ୍ୱତନ୍ତ୍ର ତାଲିମ ଦିଆଯିବ। ନିର୍ବାଚନ ଅଧିକାରୀଙ୍କ ସହ ଜିଲ୍ଲା ଏସ୍‌ପି ନେଇ ଆଲୋଚନା କରାଯିବ। ମହିଳା ଓ ଶିଶୁଙ୍କ ସୁରକ୍ଷା ଦିଗକୁ ଅଧିକ ଗୁରୁତ୍ୱ ଦିଆଯିବ। ଏହାଛଡ଼ା ବିଗତ ଦିନମାନଙ୍କରେ ନୂଆ ଆଇପିଏସ୍ ଅଧିକାରୀ ଭଲ କାମ କରିଥିବାରୁ ତାଙ୍କୁ ଉତ୍ସାହିତ କରାଯିବ। ଉଲ୍ଲେଖନୀୟ କାମ ପାଇଁ ଯୁବ ଆଇପିଏସ୍‌ଙ୍କୁ ଗୁରୁ ଦାୟିତ୍ୱ ଦିଆଯିବ।”
ଆଜିର ବୈଠକରେ ଆର୍ମଡ ପୁଲିସ ବାଟାଲିୟନର କମାଣ୍ଡାଣ୍ଟଙ୍କ ସହ ହୋମଗାର୍ଡ, ଅଗ୍ନିଶମ ଓ ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ।
ଗୁରୁବାର ଠାରୁ ଆରମ୍ଭ ହୋଇଥିବା ପୋଲିସ ସମ୍ମିଳନୀର ଆଜି ଉଦଯାପନୀ ଦିବସ । ଉଦଯାପନୀ ଦିବସରେ ମୁଖ୍ୟ ଶାସନ ସଚିବଙ୍କ ସହ ଅର୍ଥ ସଚିବ ଯୋଗଦୋବର କାର୍ଯ୍ୟକ୍ରମ ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଆଜି ପୋଲିସ ବିଭାଗର ଭିତ୍ତିଭୂମି ଓ ଉନ୍ନତିମୂଳକ କାର୍ଯ୍ୟପାଇଁ ବଡ ଧରଣର ଘୋଷଣା ହୋଇପାରେ । ତଦନ୍ତ କ୍ଷେତ୍ରରେ ଫରେନସିକ୍‌କୁ କିଭଳି ଅଧିକମାତ୍ରାରେ ବ୍ୟବହାର କରାଯାଇପାରିବ ସେନେଇ ଆଲୋଚନା କରାଯିବ । ସମ୍ମିଳନୀର ଦ୍ୱିତୀୟ ଦିନରେ ସାଇବର ଅପରାଧକୁ ମୁକବିଲା କରିବା ପାଇଁ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ କରାଯାଇଥିଲା । ସାଇବର ତଦନ୍ତ କ୍ଷେତ୍ରରେ ସ୍ୱତନ୍ତ୍ର ଟ୍ରେନିଂ ସହ ଭିତ୍ତି ଭୂମିର ଆବଶ୍ୟକତା ଉପରେ ଦୃଷ୍ଟି ଦିଆଯାଇଥିଲା । ସୋସିଆଲ ମିଡିଆ ମନିଟରିଙ୍ଗ, ସଡକ ସୁରକ୍ଷା, ଭିଜିଲାନ୍ସ ଓ ଅଗ୍ନିଶମ ବିଭାଗ ସହ ଉତ୍ତମ ସଂପର୍କ ରଖିବା ନେଇ ଆଲୋଚନା କରାଯାଇଥିଲା । ସେହିଭଳି ଥାନା ଓ ପାଣ୍ଡିରେ ଏଫଆଇଆର କପି ଓ ତଦନ୍ତର ରିପୋର୍ଟ ଡିଜିଟାଲ କରିବା ପାଇଁ ଆଲୋଚନା ହୋଇଥିଲା । ଆଗଭଳି ମାନୁଆଲରେ କାମ ନହୋଇ ଅନଲାଇନ କାମ ପାଇଁ ଉଦ୍ୟମ ଚାଲିଥିବା ସୂଚନା ଦେଇଥିଲେ ବରିଷ୍ଠ ଅଧିକାରୀ । ଏହି ସମସ୍ତ ବିଷୟ ନେଇ ଗୋଆ ଡିଜିପି ଓ ମହାରାଷ୍ଟ୍ର ଗୁଇନ୍ଦା ବିଭାଗର ଅତିରିକ୍ତ ଡିସିପି ନେଇ ପୋଲିସକୁ ଗୁରୁମନ୍ତ୍ରଦେଇଥିଲା ।

Leave A Reply

Your email address will not be published.