ନୂଆଦିଲ୍ଲୀ ( ଆମ ଭାରତ ) ୧୪/୫ :
-ପ୍ରବାସୀ ଶ୍ରମିକ,କ୍ଷୁଦ୍ର ଚାଷୀଙ୍କ ପାଇଁ କରୁଛନ୍ତି ଘୋଷଣା, ଉଠାଦୋକାନୀ ଓ ଆଦିବାସୀ ଅଞ୍ଚଳରେ ନିଯୁକ୍ତି ନେଇ ଘୋଷଣା ।
-୨୦୨୧ ମାର୍ଚ ସୁଦ୍ଧା ଦେଶରେ କାର୍ଯ୍ୟକାରୀ ହେବ ୱାନ୍ ନେସନ୍, ୱାନ୍ ରାସନ, ଦେଶର ଯେକୌଣସି କଣ୍ଟ୍ରୋଲ ଦୋକାନରୁ ସାମଗ୍ରୀ ନେଇପାରିବେ ହିତାଧିକାରୀ, ୨୦୨୦ ଅଗଷ୍ଟ ସୁଦ୍ଧା ୮୩% ହିତାଧିକାରୀଙ୍କୁ ମିଳିବ ସୁବିଧା ।
-ଅଗଷ୍ଟ ସୁଦ୍ଧା ୨୩ଟି ରାଜ୍ୟର ୬୭ କୋଟି ଲୋକ ଏ ସୁବିଧା ପାଇବେ, ୨୦୨୧ ମାର୍ଚ ସୁଦ୍ଧା ସାରାଦେଶରେ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ ହେବ ।
-ପ୍ରବାସୀ ଶ୍ରମିକଙ୍କ ରହିବା ପାଇଁ ଆରମ୍ଭ ହେବ ଘରଭଡ଼ା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁଲଭ ଦରରେ ଯୋଗାଯିବ ଭଡ଼ାଘର ।
-୩ କୋଟି ଲୋକଙ୍କୁ କେନ୍ଦ୍ର ସରକାର ଯୋଗାଇବେ ମୁଦ୍ରାଶିଶୁ ଋଣ, ଋଣର ସୁଧ ଉପରେ ୨% ରିହାତି ଦେବାକୁ ଅର୍ଥମନ୍ତ୍ରୀଙ୍କ ଘୋଷଣା, ମୁଦ୍ରାଶିଶୁ ଋଣ ବାବଦକୁ ସରକାର ଖର୍ଚ୍ଚ କରିବେ ୧୫ ଶହ କୋଟି ଟଙ୍କା ।
-ଲକ୍ଡାଉନ୍ ପରେ ବ୍ୟବସାୟ ଆରମ୍ଭ ପାଇଁ ଉଠାଦୋକାନୀଙ୍କୁ ମିଳିବ ଋଣ, ୫୦ ଲକ୍ଷ ଉଠାଦୋକାନୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଋଣ ଯୋଗାଯିବ, ଋଣ ଯୋଗାଣ ବାବଦରେ କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୫ ହଜାର କୋଟି ।
-ଏହି ଋଣରେ ରିହାତି ସୁବିଧା ମଧ୍ୟ ରହିଥିବା ନିର୍ମଳା ସୀତାରମଣଙ୍କ ସୂଚନା, ପୂର୍ବରୁ ୩ ବର୍ଷ ପାଇଁ ଏହି ଯୋଜନା ଚାଲି ମାର୍ଚରେ ବନ୍ଦ ହୋଇଥିଲା, ସିମେଣ୍ଟ ଓ ଷ୍ଟିଲ୍ ଶିଳ୍ପରେ ନିଯୁକ୍ତି ବୃଦ୍ଧି ପାଇଁ ଯୋଜନା ସଂପ୍ରସାରିତ ।
-ମଧ୍ୟବିତ୍ତଙ୍କ ପାଇଁ ଗୃହଋଣ ଯୋଜନା ଆଉ ବର୍ଷକ ପାଇଁ ସଂପ୍ରସାରିତ, ୨୦୨୧ ମାର୍ଚ ମଧ୍ୟରେ ମଧ୍ୟବିତ୍ତ ନେଇପାରିବେ ଋଣ ସୁବିଧା, ବାର୍ଷିକ ଆୟ ୬ରୁ ୧୮ ଲକ୍ଷ ଟଙ୍କା ମଧ୍ୟରେ ଥିଲେ ନେଇପାରିବେ ସୁବିଧା, ୨.୫ ଲକ୍ଷ ମଧ୍ୟବିତ୍ତ ପରିବାରଙ୍କୁ ମିଳିବ ୭୦ ହଜାର କୋଟିର ଋଣ ।
-ଦେଶର ସବୁ ପ୍ରବାସୀ ଶ୍ରମିକଙ୍କୁ ମିଳିବ ମାଗଣା ଖାଦ୍ୟଶସ୍ୟ,ଆଗାମୀ ୨ ମାସ ଯାଏ ୮ କୋଟି ପ୍ରବାସୀ ଶ୍ରମିକଙ୍କୁ ମିଳିବ ଖାଦ୍ୟଶସ୍ୟ, ରାସନକାର୍ଡ ନ ଥିବା ଶ୍ରମିକଙ୍କୁ ବି ମିଳିବ ମାଗଣା ଖାଦ୍ୟଶସ୍ୟ,୨ ମାସରେ କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୩ ହଜାର ୫୦୦ କୋଟି ଟଙ୍କା ।
-ମନରେଗାରେ ଗତକାଲି ସୁଦ୍ଧା ସୃଷ୍ଟି ହୋଇଛି ୧୪.୬୨ କୋଟି ଶ୍ରମ ଦିବସ, ୨.୩୩ କୋଟି ଶ୍ରମିକଙ୍କ ହାତକୁ ଯାଇଛି ୧୦ ହଜାର କୋଟି ଟଙ୍କା ।
-ଗତବର୍ଷ ତୁଳନାରେ ୪୦ରୁ ୫୦% ଅଧିକ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି, ବୃକ୍ଷରୋପଣ, ଉଦ୍ୟାନ କୃଷି ଓ ଗୋଶାଳାରେ ନିୟୋଜିତ ହେବେ ଶ୍ରମିକ ।
-ମାର୍ଚ ଓ ଏପ୍ରିଲରେ ୬୩ ଲକ୍ଷ ଚାଷୀଙ୍କୁ ଋଣ ମିଳିଛି, ୬୩ ଲକ୍ଷ ଚାଷୀଙ୍କୁ ୮୬ ହଜାର ୬୦୦ କୋଟି ଟଙ୍କାର ଋଣ ମିଳିଛି ।
-ଗ୍ରାମ୍ୟ ଓ ସମବାୟ ବ୍ୟାଙ୍କଗୁଡ଼ିକୁ ନାବାର୍ଡ ମାଧ୍ୟମରେ ଋଣ ଯୋଗାଣ ବ୍ୟବସ୍ଥା, ମାର୍ଚ ମାସରେ ବ୍ୟାଙ୍କଗୁଡ଼ିକୁ ଦିଆଯାଇଛି ୨୯ ହଜାର ୫୦୦ କୋଟିର ପାଣ୍ଠି ।