Odisha Latest Breaking News & Current Headlines

ମୋଦି ଦେଶବାସୀଙ୍କୁ କଣ ସମ୍ବୋଧିତ କରୁଛନ୍ତି ?

0

ନୂଆଦିଲ୍ଲୀ  ( ଆମ ଭାରତ ) ୧୨/୫  : 

-୪ ମାସ ହେବ ଦେଶ କରୋନା ସହ ଲଢେଇ କରୁଛି । ସାରା ଦୁନିଆ ଜୀବନ ବଞ୍ଚାଇବାକୁ ଯୁଦ୍ଧ କରୁଛି ।

-କୋରୋନା ପ୍ରଭାବିତ ଭାରତ ପାଇଁ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍‌ ଘୋଷଣା କଲେ ପ୍ରଧାନମନ୍ତ୍ରୀ ।

-‘ଆତ୍ମନିର୍ଭର ଭାରତ ଅଭିଯାନ’ ଅଧୀନରେ ପ୍ୟାକେଜ୍‌ ଘୋଷଣା, ୨୦ ଲକ୍ଷ କୋଟି ପ୍ୟାକେଜ୍‌ ଦେଶର GDPର ୧୦% ।

-୨୦୨୦ରେ ୨୦ ଲକ୍ଷ କୋଟିର ପ୍ୟାକେଜ ଭାରତକୁ ସଶକ୍ତ କରିବ, ଆତ୍ମନିର୍ଭରଶୀଳତା ଆତ୍ମବିଶ୍ବାସ ଓ ଦୃଢ଼ତା ଦ୍ବାରା ହିଁ ସମ୍ଭବ ।

-ଆମେ ଆଗରୁ କେବେ ଏଭଳି ସ୍ଥିତି ଦେଖି ନଥିଲୁ କି ଶୁଣି ନଥିଲୁ । ଗୋଭାଇରସ ସାରା ଦୁନିଆକୁ ଅସ୍ତବ୍ୟସ୍ତ କରିଦେଇଛି ।

-କିନ୍ତୁ ଆମେ ହାରିବାନି, ଭାଙ୍ଗିବାନି, ପଛେଇ ଯିବାନି । ଆମକୁ ବଞ୍ଚିବାକୁ ପଡିବ, ଆଗକୁ ବଢିବାକୁ ପଡିବ ।

-କୋରୋନା ପୂର୍ବରୁ ଗୋଟିଏ ବି PPE ଦେଶରେ ତିଆରି ହେଉ ନଥିଲା, ଖୁବ୍‌ କମ୍‌ ସଂଖ୍ୟକ N-95 ମାସ୍କ ଆମ ଦେଶରେ ଥିଲା । 

-ଆମେ ବଞ୍ଚିବା, ଆଗକୁ ବଢିବା : ଆତ୍ମନିର୍ଭରଶୀଳ ଭାରତ ସଂକଟକୁ ସୁଯୋଗରେ ବଦଳାଇ ଦେଇଛି ।

-ଲକ୍‌ଡାଉନ୍‌-୪ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୂଚନା, ମେ ୧୮ ପୂର୍ବରୁ ଲକ୍‌ଡାଉନ୍‌ ସଂପର୍କରେ ନିଆଯିବ ନିଷ୍ପତ୍ତି, ମୁଖ୍ୟମନ୍ତ୍ରୀମାନଙ୍କଠାରୁ ଏ ନେଇ ପ୍ରସ୍ତାବ ଓ ରଣନୀତି ମଗାଯାଇଛି ।

-କୁଟୀର ଶିଳ୍ପ, MSME ସହ ଜଡ଼ିତ ଏହି ପ୍ୟାକେଜ ଜୀବିକାର ସାଧନ ସାଜିବ, ଆତ୍ମନିର୍ଭର ଭାରତର ସଂକଳ୍ପ ଆମ ବିକାଶର ମଜଭୁତ ଆଧାର । 

-ସଂକଟ ସମୟରେ ବଡ଼ବଡ଼ ଅର୍ଥନୀତି ଦୋହଲି ଯାଇଛି, କିନ୍ତୁ ଏ ସମୟରେ ଗରିବ ଭାଇଭଉଣୀଙ୍କ ସଂଯମ ଓ ସଂଗ୍ରାମର ତୁଳନା ନାହିଁ, ଏ ପ୍ୟାକେଜ୍‌ରେ ଶ୍ରମିକଠୁ କୃଷକ ସମସ୍ତଙ୍କ ପାଇଁ ବ୍ୟବସ୍ଥା ଅଛି ।

କେଉଁ ସେକ୍ଟର ପାଇଁ କେତେ ଅର୍ଥ , କାଲି ବିସ୍ତୃତ ବିବରଣୀ ଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Leave A Reply

Your email address will not be published.