ଭୁବନେଶ୍ୱର, ୨୯ା୪( ଆମ ଭାରତ ): ରାଜ୍ୟରେ ଆଉ ତିନି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଏହି ତିନି ନୂଆ ଆକ୍ରାନ୍ତ ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝରରର ବୋଲି ଜଣାପଡ଼ିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାରେ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୨୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ କରୋନାରେ ୮୩ଜଣ ସକ୍ରିୟ ରହିଛନ୍ତି ।
-ଆଜି ଚିହ୍ନଟ ୩ କୋରୋନା ଆକ୍ରାନ୍ତଙ୍କ ରହିଛି କୋଲକାତା ଲିଙ୍କ୍ ।
-୩ ଆକ୍ରାନ୍ତଙ୍କ କୌଣସି ଲକ୍ଷଣ ନଥିବା ବେଳେ କ୍ବାରେଣ୍ଟାଇନରେ ଥିଲେ ।
-୩ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା
-କେନ୍ଦୁଝର ପଞ୍ଚପାଲିର ୬୦ ବର୍ଷୀୟ ପୁରୁଷ ଆକ୍ରାନ୍ତ ।
-ଦେବଗଡ଼ ବାସୁଦେବପୁରର ୩୪ ବର୍ଷୀୟ ପୁରୁଷ ଆକ୍ରାନ୍ତ ।
-ଝାରସୁଗୁଡ଼ା ବ୍ରଜରାଜନଗରର ୧୮ ବର୍ଷୀୟ ଯୁବତୀ ଆକ୍ରାନ୍ତ ।