ଆମଭାରତ : ( ବଲାଙ୍ଗିର ବ୍ୟୁର ) : ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶାର ବଲାଙ୍ଗିର ଜିଲ୍ଲା ଗସ୍ତ କରି ସେଠାରେ ବହୁ ବିକାଶମୂଳକ ପ୍ରକଳ୍ପ ଉପରେ ଆଲୋଚନା କରିବା ପରେ କେରଳ ଗସ୍ତ କରିଛନ୍ତି। ଓଡ଼ିଶାର ଝାରସୁଗୁଡ଼ାଠାରେ ପ୍ରଧାନମନ୍ତ୍ରୀ ମୋଦି ମଲ୍ଟି-ମୋଡାଲ୍ ଲଜିଷ୍ଟିକ୍ସ ପାର୍କ(ଏମ୍ଏମ୍ଏଲ୍ପି)କୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିବା ସହ ବଲାଙ୍ଗିରରୁ ବିଚୁପାଲି ମଧ୍ୟରେ ରେଳ ଧାରଣା ଉଦ୍ଘାଟନ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ସରକାରଙ୍କୁ ତୀବ୍ର ଆଲୋଚନା କରିଥିଲେ। ସେ ଅଭିଯୋଗ ଆଣି କହିଥିଲେ କି ରାଜ୍ୟର ବିକାଶ ଲାଗି କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ରାଜ୍ୟ ସରକାର ବିକାଶ କ୍ଷେତ୍ରରେ ବ୍ୟୟ କରୁନାହାନ୍ତି। ରାଜ୍ୟ ସରକାର କ’ଣ ଶୋଇ ରହିଛନ୍ତି? ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ଜରିଆରେ ପ୍ରଶ୍ନ କରିଥିଲେ।ଖାଲି ଓଡ଼ିଶା ସରକାର ନୁହେଁ, ସମାନ ଦିନରେ କେରଳ ସାରକରଙ୍କ ଉପରେ ବି ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାରୁ ଫେରିବା ପରେ ମୋଦି କେରଳରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସେ କେରଳ ସରକାରଙ୍କୁ ସମାଲୋଚନା କରି ସାବରିମାଲା ପାଇଁ ରାଜ୍ୟରେ ଉପୁଜୁଥିବା ଅଶାନ୍ତି ପାଇଁ ସରାକାର ହିଁ ଦାୟୀ ବୋଲି କହିଛନ୍ତି।ଗତ କିଛି ମାସ ହେଲା ପୂରା ଦେଶ ସାବରିମାଲା ବିଷୟରେ କଥା ହେଉଛି। ସାବରିମାଲା ପ୍ରସଂଗରେ କେରଳ ସରକାରଙ୍କ ଆଚରଣ ଇତିହାସରେ ଏକ ଲଜ୍ଜାକର ଆଚରଣ ଭାବେ ସ୍ଥାନ ପାଇବ ବୋଲି ପ୍ରଧାନମନ୍ତ୍ରୀ ମୋଦି କେରଳର କୋଲମଠାରେ ରାଲି ସମୟରେ କହିଛନ୍ତି।