ଭୁବନେଶ୍ୱର, ୧୬ା୪( ଆମ ଭାରତ ): କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓ ୫ଟି ସଚିବ ଭି.କେ.ପାଣ୍ଡିଆନ୍ । ସେମାନେ କେନ୍ଦୁଝର ସ୍ଥିତ ରାଙ୍କିରେ ନିର୍ମାଣଧୀନ କୋଭିଡ଼-୧୯ ହସ୍ପିଟାଲ ବୁଲି ଦେଖିଛନ୍ତି ।
ସେଠାରେ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ନିର୍ମାଣ କରାଯାଉଛି । ଏହାସହ ମୟୁରଭଞ୍ଜ ଗସ୍ତରେ ମଧ୍ୟ ଯାଇଛନ୍ତି ୫ଟି ସଚିବ । ମୟୁରଭଞ୍ଜର ବାଙ୍କିଶୋଳରେ କୋଭିଡ଼-୧୯ ହସ୍ପିଟାଲ ପରିଦର୍ଶନ କରିଛନ୍ତିି । ରାଜ୍ୟ ସରକାର ଲୋକମାନଙ୍କ ପାଇଁ ବହୁ ଚିନ୍ତିତ ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୯ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଓଡ଼ିଶାରେ ବର୍ତ୍ତମାନ ୪୦ଜଣ ଆକ୍ଟିଭ୍ କେସ୍ ରହିଛି ।