କ୍ରାଇମବ୍ରାଞ୍ଚ ପକ୍ଷରୁ କରୋନା ନେଇ ଆଡ଼ଭାଇଜରି ଜାରି । ଅପରାଧଓଡ଼ିଶାଜୀବନଚର୍ଯ୍ୟା By Ama Bharat Last updated Apr 10, 2020 0 Share ଭୁବନେଶ୍ୱର, ୧୦ା୪( ଆମ ଭାରତ ): କରୋନା ଭାଇରସ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଡ଼ଭାଇଜରି ଜାରି ହୋଇଛି । ସାଇବର ଠକେଇ ସମ୍ପର୍କିତ ୭ଟି ଆଡ଼ଭାଇଜରି ଜାରି କରାଯାଇଛି । ଫେକ୍ କାଗଜପତ୍ର ସୋସିଆଲ ମିଡ଼ିଆରେ ପୋଷ୍ଟ କରିହେବ ନାହିଁ । କରୋନା ସମ୍ପର୍କିତ ଫେକ୍ ୱେବସାଇଟ ମଧ୍ୟ କରିହେବ ନାହିଁ । କରୋନା ନେଇ ସ୍ପେଶାଲ ଅଫର କହି ଜିନିଷ ବିକ୍ରି କରିହେବ ନାହିଁ । ସାନିଟାଇଜର, ମାସ୍କର ଅନଲାଇନ ସପିଂ କରିପାରିବେ ନାହିଁ । କରୋନା ସମ୍ପର୍କିତ କୌଣସି ଫେକ୍ ଇ-ମେଲ୍ ପଠାଇପାରିବେ ନାହିଁ । ଓଡ଼ିଶାରେ ବର୍ତ୍ତମାନ ୪୮ଜଣ କରୋନା ଆକ୍ରାନ୍ତରେ ଚିହ୍ନଟ ହୋଇଛନ୍ତ । ସେମାନଙ୍କ ମଧ୍ୟରୁ ୪୫ଜଣ ଆକ୍ଟିଭ କେସ୍ ରହିଛି । ଏହାସହ ଜଣଙ୍କର ମୃତ୍ୟୁ ହେବା ସାଙ୍ଗକୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 0 Share