ଭୁବନେଶ୍ବର( ଆମ ଭାରତ ) ୮/୪ : କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆଜି ଅପରାହ୍ନ ୪ ଘଟିକା ସମୟରେ ଆୟୋଜିତ ଭିଡ଼ିଓ କନ୍ଫରେନ୍ସିଂଗ ବୈଠକରେ ରାଜ୍ୟର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୂ ଯୋଗ ଦେଇ କରୋନା ସଂକ୍ରମଣ ମୁକାବିଲା ଉଦ୍ଧେଶ୍ୟରେ ସାରା ଦେଶରେ ଜାରି ହୋଇଥିବା ଲକ ଡାଉନ ସମୟରେ ରାଜ୍ୟର ସାମ୍ପ୍ରତିକ କୃଷି ପରିସ୍ଥିତି ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ମୁକାବିଲା ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।
ତାଲା ବନ୍ଦ ସମୟରେ ଯେପରି କୃଷି କାର୍ଯ୍ୟରେ ବାଧା ନ ଆସିବ ଏବଂ କୃଷକ ମାନେ ଯେପରି ସେମାନଙ୍କ ଅତ୍ୟାବଶ୍ୟକ ଜିନିଷ ପାଇବାରେ ଯେପରି କୌଣସି ଅସୁବିଧା ର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ପଦକ୍ଷେପ ନିଆଯାଇଛି ବୋଲି କହିହିଲେ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡ଼ିଓ କଂଫେରେନ୍ସିଂଗ ରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର କୃଷି ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ଭାଗ ନେଇଥିବାବେଳେ ଓଡ଼ିଶା ସରକାରଙ୍କ କୃଷି ଉତ୍ପାଦନ କମିଶନର ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ସୌରଭ ଗର୍ଗ , କୃଷି ଓ ଖାଦ୍ୟ ଉତ୍ପାଦନର ନିର୍ଦେଶାଳୟର ନିର୍ଦେଶକ ଡ଼ଃ ଏମ.ମୁଥୁକୁମାର ପ୍ରମୁଖ ଯୋଗ ଦେଇଥିଲେ। କୃଷକ ମାନଙ୍କ କଲ୍ୟାଣ ପାଇଁ ଏହା ଚର୍ଚ୍ଚା ହେଉଥିଲା ।Agriculture Minister Meeting 8Apr2020