Odisha Latest Breaking News & Current Headlines

ହାର୍ଡକୋର ମହିଳା ନକ୍ସଲ ନେତ୍ରୀ ଆତ୍ମସମର୍ପଣ କରିଛନ୍ତି ।

0

ଆମଭାରତ ( ମାଲକାନଗିରି ବ୍ୟୁର): ମାଲକାନଗିରି ଜିଲ୍ଲା ପୁଲିସ୍‌ ଓ ବିଏସ୍‌ଏଫ୍‌ ନିକଟରେ ଜଣେ ହାର୍ଡକୋର ମହିଳା ନକ୍ସଲ ନେତ୍ରୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ହେଉଛି ଦେବେ ମାଢ଼ି ଓରଫ୍ ଶାନ୍ତି। ସେ ବହୁ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ।ଶାନ୍ତି କାଲିମେଳା ଦଲମର ଏସିଏମ୍‌ କ୍ୟାଡର ନକ୍ସଲନେତ୍ରୀ ଥିଲେ। ଗତ ୨୦୦୮ରୁ ୨୦୧୧ ମସିହା ପର୍ଯ୍ୟନ୍ତ ସେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ନକ୍ସଲଙ୍କ ଅନେକ ବଡ଼ ବଡ଼ ହିଂସାକାଣ୍ଡରେ ଶାନ୍ତି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ମାଥିଲି ଥାନା ଅଞ୍ଚଳରେ ଅନେକ ନିରୀହ ଲୋକଙ୍କୁ ହତ୍ୟା, କାଲିମେଳା ବିଛିନ୍ନାଞ୍ଚଳରେ ଅନେକ ହିଂସାକାଣ୍ଡ ଘଟଣାରେ ସେ ସାମିଲ ଥିଲେ।ତେବେ ନକ୍ସଲ ନିଜ ଆଦର୍ଶରୁ ବିଚ୍ୟୁତ୍ ହୋଇ ହିଂସାଭିମୁଖୀ ହେଉଥିବାରୁ ସେ ବାଧ୍ୟ ହୋଇ ସଙ୍ଗଠନ ଛାଡ଼ିଥିବା ଆତ୍ମସମର୍ପଣ ବେଳେ କହିଛନ୍ତି।ଶାନ୍ତିକୁ ଧରିବା ପାଇଁ ପୁଲିସ୍‌ ପୂର୍ବରୁ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖିଥିଲା। ଆତ୍ମସମର୍ପଣ ପରେ ଶାନ୍ତିଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହ ମୁଖ୍ୟସ୍ରୋତରେ ସେ ସାମିଲ ହେବା ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସ୍‌ପି କହିଛନ୍ତି ।

Leave A Reply

Your email address will not be published.