Odisha Latest Breaking News & Current Headlines

କରୋନା ଆକ୍ରାନ୍ତଙ୍କ ଗ୍ରସ୍ତ ବିବରଣୀ ଦେଲେ ସରକାର ।

0

ଭୁବନେଶ୍ୱର ( ଆମ ଭାରତ ) ୪/୪ :  ଭୁବନେଶ୍ୱର ସୂର୍ଯ୍ୟନଗର ୫ମ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । ୫ମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ପରିବାର ସଦସ୍ୟ କଲିକତା ଯାଇଥିଲେ । ସେଠାରେ ପ୍ରାୟ ୪ ଦିନ ରହିଥିଲେ । ସେହିପରି ବମିଖାଲ ୩ ଆକ୍ରାନ୍ତ ଭାଇଙ୍କ ବାପା ବି ପଜିଟିଭି ଅଛନ୍ତି । କଣ୍ଟାକ୍ଟ ଟ୍ରେସିଂରୁ ତାଙ୍କ ବାପା ଭୋପାଲରେ ଥିବା ଜଣାପଡିଛି ଏବଂ ତାଙ୍କ ନମୂନା ପଜିଟିଭ ରହିଛି ।

 ପୁରୀରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣେ ପୋଷ୍ଟମ୍ୟାନ । ସେ ଭୁବନେଶ୍ୱରରେ ପୋଷ୍ଟ କର୍ମଚାରୀ ଭାବେ କାମ କରନ୍ତି । ବିଜେବି ନଗର ସବପୋଷ୍ଟ ଅଫିସରେ ପୋଷ୍ଟମ୍ୟାନ ଭାବେ କାମ କରନ୍ତି । ଗତ ୧୦ ତାରିଖ ଦିନ ସେ ଦିଲ୍ଲୀରୁ ଫେରିଥିଲେ । ଗୌତମ ନଗର ଏବଂ କୋର୍ଟ ଅଞ୍ଚଳରେ ସେ ଡାକ ଦେବାନେବା କରନ୍ତି ।

ତେବେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ସରକାରଙ୍କୁ ଜଣାନ୍ତୁ । ଥଣ୍ଡା, କାଶ କିମ୍ବା କୌଣସି ଲକ୍ଷଣ ନିଜ ଦେହରେ ଦେଖାଦେଲେ ସଙ୍ଗେ ସଙ୍ଗେ ୧୦୪କୁ କଲ କରି ସୂଚନା ଦିଅନ୍ତୁ ବୋଲି ବିଏମସି କମିଶନର କହିଛନ୍ତି ।

 

Leave A Reply

Your email address will not be published.