Odisha Latest Breaking News & Current Headlines

ଅଙ୍ଗନବାଡି କର୍ମୀମାନଙ୍କ ଦରମା ବୃଦ୍ଧି ।

0

ଆମ ଭାରତ ( ବ୍ୟୁର ): ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୬ ହଜାରରୁ ୭୫୦୦କୁ ବୃଦ୍ଧି କରାଯାଇଛି। ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୪୧୨୫ରୁ ୫୩୭୫କୁ ଓ ଅଙ୍ଗନବାଡ଼ି ହେଲ୍‌ପରଙ୍କ ଦରମା ୩ ହଜାରରୁ ୩୭୫୦କୁ ବଢ଼ାଯାଇଛି। ଏହାଛଡ଼ା ଅଙ୍ଗନବାଡ଼ି କର୍ମୀଙ୍କ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରାଯାଇଥିବା ବେଳେ ହେଲ୍‌ପର୍‌ଙ୍କୁ ୧୫ ଦିନ ଖରାଛୁଟି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଅବସର ପରେ ଅଙ୍ଗନବାଡ଼ି କର୍ମୀ ଓ ହେଲ୍‌ପର୍‌ଙ୍କୁ ଆର୍ଥିକ ସହାୟତା ମଧ୍ୟ ମିଳିବ ବୋଲି ଜଣାପଡ଼ିଛି। ବର୍ଦ୍ଧିତ ଦରମା ୨୦୧୮ ଅକ୍ଟୋବରରୁ ପିଛିଲା ଭାବେ ଲାଗୁ ହେବ।

ଅଙ୍ଗନବାଡ଼ି କର୍ମୀଙ୍କୁ ୨୦ ହଜାର ଟଙ୍କା, ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ୧୫, ହେଲ୍‌ପର୍‌ଙ୍କୁ ୧୦ ହଜାର ସହାୟତା ଦିଆଯିବ। ସୁପରଭାଇଜରର ୫୦% ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରୁ ବଛାଯିବ।

Leave A Reply

Your email address will not be published.