ପଟିଆରେ ଥିବା ବିଗ୍ ବଜାରକୁ ପକାଇଲା ତାଲା BMC ।

ଭୁବନେଶ୍ୱର, ୨୦ା୨( ଆମ ଭାରତ ): ଡ୍ରେସଠୁ ଆରମ୍ଭ କରି ରାସନ ସାମଗ୍ରୀ ସବୁ ଜିନିଷ ବିଗ ବଜାରରେ ଉପଳବ୍ଧ ଥାଏ । ଏହାରି ମଧ୍ୟରେ ଆଜି ପଟିଆରେ ଥିବା ବିଗ୍ ବଜାର ସିଲ୍ ହେବା ନେଇ ସୂଚନା ମିଳିଛି । ଭୁବନେଶ୍ୱର ସ୍ଥିତ ପଟିଆରେ ଥିବା ବିଗବଜାର ସିଲ୍ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସିଲ୍ ପ୍ରକ୍ରିୟା ଜାରି ହୋଇଛି । ବର୍ତ୍ତମାନ ପଟିଆ ବଜାରରେ ତାଲା ଝୁଲୁଥିବା ଜଣାପଡ଼ିଛି । ସେହି ମଲରେ ପାର୍କିଂ ସମସ୍ୟା ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ସିଲ୍ ହେବ ବୋଲି ସୂଚନା ରହିଛି ।ଏହା ସହିତ ଆବଶ୍ୟକୀୟ କାଗଜପତ୍ର ନ ଥିବାରୁ ବିଲ୍ଡିଂ ମାଲିକ ଜିତେନ୍ଦ୍ର ସିଂହଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *