୧୫ଦିନ ବଢ଼ିଲା ସର୍ବକ୍ଷମା ଅବଧି । ଓଡ଼ିଶାବଡ ଖବରରାଜ୍ୟ By Ama Bharat Last updated Feb 4, 2020 0 Share ଭୁବନେଶ୍ୱର ( ଆମଭାରତ ) ୧୫ଦିନ ବଢ଼ିଛି ସର୍ବକ୍ଷମା ଅବଧି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଘୋଷଣା କରିଛନ୍ତି । ଫଳରେ ଲୋକଙ୍କୁ ସର୍ବକ୍ଷମା ଆବେଦନ ପାଇଁ ଆହୁରି ଅଧିକ ସମୟ ମିଳିବା ସହ ଆଶ୍ୱସ୍ତି ମଧ୍ୟ ମିଳିଛି । ସର୍ବକ୍ଷମା ଆବେଦନ ଅବଧି ପୁରି ଯାଇଥିବାରୁ ଏହା ଆବେଦନକାରୀଙ୍କ ଚିନ୍ତା ବଢ଼ାଇ ଦେଇଥିଲା । ତେବେ ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଏହି ଘୋଷଣା ପରେ ସେମାନଙ୍କୁ ପୁଣିଥରେ ବିଭିନ୍ନ ପ୍ରକାର ଆପ୍ରୋଭାଲ ପାଇଁ ସମୟ ମିଳିବ । ଆବେଦନକାରୀମାନେ ଅତିରିକ୍ତ ୧୫ଦିନ ସମୟ ପାଇବେ । ପୂର୍ବରୁ ଘୋଷଣା କରାଯାଇଥିଲା ଯେ ଏହି ସର୍ବକ୍ଷମାର ଆବେଦନର ଅବଧି ଆଉ ବୃଦ୍ଧି କରାଯିବ ନାହିଁ । ତେବେ ଆଜି ମନ୍ତ୍ରୀ ଏହାର ବୃଦ୍ଧି ବିଷୟରେ ଘୋଷଣା କରିଛନ୍ତି । ଲୋକଙ୍କ ଭିଡ଼ ଓ ଆଗ୍ରହ ଦେଖି ସର୍ବକ୍ଷମା ଅବଧି ବଢ଼ିଛି । ୧୫ଦିନ ପାଇଁ ସର୍ବକ୍ଷମା ଅବଧି ବଢ଼ିଛି । ଏହାପରେ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତାପ ଜେନା କହିଛନ୍ତି । 0 Share