Odisha Latest Breaking News & Current Headlines

RBI ଘୋଷଣା କଲା ନୂଆ ସୁବିଧା ।

0

ଆମଭାରତ ୧୫/୧ : କେତେକ ଇ-କମର୍ସ କମ୍ପାନୀ ଓ ମୋବାଇଲ୍‌ ଆପ୍‌ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଟ୍ରାନ୍‌ଜାକ୍‌ସନ୍‌ ଉପରେ ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ (ଓଟିପି) ନେବା ଉପରେ ବାଧ୍ୟତାକୁ ସମାପ୍ତ କରିଛନ୍ତି। ଏହା ଦ୍ୱାରା ଏବେ ଟ୍ରାନ୍‌ଜାକ୍‌ସନ୍‌ କରିବା ଶୀଘ୍ର ଓ ସହଜ ହୋଇଯିବ। ଫ୍ଲିଫ୍‌କାର୍ଟ ବର୍ତ୍ତମାନ ଏହି ସେବାର ଆରମ୍ଭ କରିଛି। ସେହିପରି ସ୍ୱିଗି ଓ କ୍ୟାବ୍‌ ସେବାପ୍ରଦାତା କମ୍ପାନୀ ମଧ୍ୟ ଖୁବ୍‌ଶୀଘ୍ର ଏଭଳି ସେବା ପ୍ରଦାନ କରିବାକୁ ଯାଉଥିବା ସୂଚନା ମିଳିଛି।ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ସପ୍ତାହରେ ନିଜ ନିୟମକୁ କିଛି ପରିମାଣରେ କୋହଳ କରିଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଛୋଟ ଟ୍ରାନ୍‌ଜାକ୍‌ସନ୍‌ କରିବା ବେଳେ ସେବେ ଯାଏଁ ଓଟିପିର ଆବଶ୍ୟକତା ପଡ଼ିବ ନାହିଁ ଯେବେ ପର୍ଯ୍ୟନ୍ତ କମ୍ପାନୀ ନିଜ ଗ୍ରାହକଙ୍କୁ ଭେରିଫାଏ କରିପାରୁଥିବ।

କ୍ରେଡିଟ୍‌ କାର୍ଡରେ ଓଟିପି ବିନା ଟ୍ରାନ୍‌ଜାକ୍‌ସନ୍‌ କରିବା ସୁବିଧା ଲଞ୍ଚ୍‌ କରିବାକୁ ଯାଉଛି।ରିପୋର୍ଟ ମୁତାବକ, ଏବେ ଆରବିଆଇ ଗ୍ରାହକଙ୍କ ସୁବିଧା ଲାଗି ପ୍ରତି ମାସରେ ଦେଉଥିବା ଦେୟ ପାଇଁ ୟୁପିଆଇ ଉପରେ ମଧ୍ୟ ସେବା ଆରମ୍ଭ କରିଛି। ଏଭଳି ଭାବେ ପେଟିଏମ୍‌ ବଜାରରେ ୪୦ ପ୍ରତିଶତ ଅଂଶୀଦାର ରହିବ। ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଜାରି କରୁଥିବା କମ୍ପାନୀ ଭିଜା ବିନା ଓଟିପିକୁ ଚେକ୍‌ ଆଉଟ କରିବା ଭଳି ସୁବିଧା ଦେଉଛି। ଉବର ସମେତ କେତେକ କମ୍ପାନୀ ପୂର୍ବରୁ ହିଁ ଏହି ସୁବିଧା ଦେଉଛନ୍ତି। ଆରବିଆଇ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ସୁବିଧା ଦ୍ୱାରା ଆମାଜନ୍‌, ପେଟିଏମ୍‌, ଫୋନ୍‌ ପେ, ଫ୍ରିଚାର୍ଜ, ମୋବିକ୍ୱିକ୍‌ ଭଳି କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ପେମେଣ୍ଟ କରୁଥିବା କମ୍ପାନୀଙ୍କୁ ଫାଇଦା ହେବ।

Leave A Reply

Your email address will not be published.