ସକାଳୁ ଖାଲି ପାଦରେ ଘାସ ଉପରେ ଚାଲିବାର ଉପକାରିତା ।

ଭୁବନେଶ୍ୱର (ଆମ ଭାରତ ) ୨୧/୧୦ :

୧- ଖାଲି ପାଦରେ ଘାସରେ ଚାଲିଲେ ଏହା ଆକ୍ୟୁପ୍ରେସର ଭଳି କାମ ଦେଇଥାଏ। ହାତ ଗୋଡ ସହ ଶରୀରର ସମସ୍ତ ଶିରା ପ୍ରଶିରା ଯୋଡି ହୋଇଥିବାରୁ ଚାଲିବା ବେଳେ ପାଦରେ ଚାପ ପଡିଥାଏ। ଫଳରେ ରକ୍ତ ସଞ୍ଚାଳନ ଠିକ୍ ହେବା ସହ ହୃଦଘାତ ହେବାର ଆଶଙ୍କା କମିଥାଏ । ଏପରିକି ହାର୍ଟରେ ବ୍ଲକେଜ୍ ହେବା ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ।

୨- ଶୀତଦିନେ ଖାଲି ପାଦରେ ସକାଳେ ଘାସ ଉପରେ ଚାଲିଲେ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ। ଏହାଦ୍ୱାରା ଥଣ୍ଡା ସର୍ଦ୍ଦି ଭଳି ସମସ୍ୟା ସହଜରେ ଦୂରେଇ ଯାଇଥାଏ ।

୩- ଯେଉଁମାନେ ନିୟମିତ ଖାଲି ପାଦରେ ସବୁଜ ଘାସ ଉପରେ ଚାଲୁଛନ୍ତି ସେମାନଙ୍କ ନିକଟରେ ଚିନ୍ତା, ନିଦ୍ରାହୀନତା, ଆଥର୍ରାଇଟିସ୍, ଆଜ୍ମା ଏବଂ ଅଷ୍ଟିଓପୋରୋସିସ୍ ଭଳି ସମସ୍ୟା ଦେଖାଦେଇ ନ ଥାଏ । ଘାସ ଉପରେ ଚାଲିଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

୪- ସକାଳୁ ସକାଳୁ କାକରରେ ଓଦା ହୋଇଥିବା ଘାସ ଉପରେ ଚାଲିବା ଦ୍ବାରା ଆଖିର ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ । ଯେଉଁ ବ୍ୟକ୍ତିମାନେ ଆଖିରେ ଚଷମା ଲଗାନ୍ତି ସେମାନେ କିଛି ଦିନ ଘାସରେ ଚାଲିଲେ ତାଙ୍କ ଚଷମା ପିନ୍ଧିବାର ଆବଶ୍ୟକତା ପଡ଼ିନଥାଏ କିମ୍ବା ଚଷମାର ନମ୍ବର କମିଯାଇଥାଏ ।

୫- ଖାଲି ପାଦରେ ଘାସ ଉପରେ ଚାଲିଲେ ମାଂସପେଶୀ ସକ୍ରିୟ ହେବା ସହିତ ଏହାସହ ଜଡିତ ସମସ୍ତ ସମସ୍ୟାର ସମାଧାନ ହୋଇଥାଏ ।

Leave a Reply

Your email address will not be published. Required fields are marked *