ଭୁବନେଶ୍ୱର ( ଆମ ଭାରତ ) ୨/୧୦ :ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଏବଂ ସହିଦନଗରଥାନାରେ ଶୁଭାରମ୍ଭ କରିଛନ୍ତି । ମେଡ଼ିକାଲକୁ ଆସୁଥିବା ପ୍ରତି ରୋଗୀଙ୍କ ନମ୍ବର ପଞ୍ଜୀକରଣ ହେବ । ଏହି ନମ୍ବରକୁ ମୋ ସରକାର ପୋର୍ଟାଲରୁ ଏସଏମଏସ ଆସିବ । ଏହାଛଡ଼ା ଟୋଲ ଫ୍ରି ନମ୍ବର ୧୪୫୪୫କୁ କଲ କରି ମଧ୍ୟ ପଞ୍ଜୀକରଣ କରିହେବ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ମୁଁ ଆଜି ୯ ଜଣଙ୍କ ସହ କଥା ହୋଇଛି । ସମସ୍ତଙ୍କ ଉତ୍ତର ଅତି ସନ୍ତୋଷ ଜନକ ରହିଛି ବୋଲି ନବୀନ କହିଛନ୍ତି ।ଭଲ କାମ କରିଥିବା ବ୍ୟକ୍ତିଙ୍କୁ ଆଗୁଆ ପଦୋନ୍ନତି ଦିଆଯିବ ଓ ଖରାପ ରାଙ୍କ ପାଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ମତାମତ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ।
ମୋ ସରକାର କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।
