Odisha Latest Breaking News & Current Headlines

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ‘ ମୋ ସରକାର ’ କାର୍ଯ୍ୟକ୍ରମକୁ ନେଇ ।

0

ଭୁବନେଶ୍ୱର ( ଆମ ଭାରତ ) ୧୪/୯  : ଅକ୍ଟୋବର ଦୁଇ ତାରିଖରୁ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ଥାନା ଓ ହସ୍ପିଟାଲ୍‌ରୁ ନିଆଯିବ ଫିଡବ୍ୟାକ୍। ମୋ ସରକାର କାର୍ଯ୍ୟକ୍ରମ ଲାଗୁ ପୂର୍ବରୁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି । ଭିସି ଜରିଆରେ ୬୩୫ ଥାନା ଆଇଆଇସିଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଭଲ କାମ କଲେ ସମୟ ସୀମା ପୂର୍ବରୁ ଆଇଆଇସିଙ୍କୁ ପଦୋନ୍ନତି ମିଳିବ ।

ରାଜ୍ୟର ବିଭିନ୍ନ ଥାନାର ବରିଷ୍ଠ ପୁଲିସ୍ ଅଧିକାରୀ, ଆଇଆଇସିଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେସିଂରେ ଆଲୋଚନା କରିଛନ୍ତି। ଅଭିଯୋଗ ନେଇ ଥାନାକୁ ଆସୁଥିବା ଲୋକଙ୍କୁ କିଭଳି ବ୍ୟବହାର କରାଯିବ ? ମାମଲାର ଅନୁଧ୍ୟାନ କିପରି ହେବ ? ଏହାସହ ତଦନ୍ତ ପ୍ରକ୍ରିୟାକୁ ନେଇ ଅଭିଯୋଗକାରୀ ପକ୍ଷକୁ ଶୁଣାଯାଉଛି କି ନାହିଁ, ସେ ନେଇ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି।ଏସବୁ ଦିଗରେ ସିଧାସଳଖ ଭାବେ ଲୋକଙ୍କ ଫିଡବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ। ତେଣୁ ଏସମ୍ପର୍କରେ ଆଜି ବିସ୍ତୃତ ଆଲୋଚନା ହୋଇଛି। ପଞ୍ଚମ ଥର ପାଇଁ ଶାସନକୁ ଫେରିବା ପରେ 5Tକୁ ଭିତ୍ତି କରି ଅକ୍ଟୋବର ୨ରୁ  ପ୍ରଥମେ ଥାନା ଓ ହସ୍ପିଟାଲ୍‌ରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Leave A Reply

Your email address will not be published.