ଭୁବନେଶ୍ୱର ( ଆମଭାରତ ) ୮/୯ : ଭୁବନେଶ୍ୱର ଏଜି ଛକରେ ବେଆଇନ ଗାଡି ପାର୍କିଂ କରିଥିବାରୁ ମଧ୍ୟ-ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ୫୦୦ ଟଙ୍କା ଜରିମାନା ଦେଇଛନ୍ତି। ଏଜି ଛକରେ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଧାୟକଙ୍କ ଗାଡ଼ି ସେଠାରେ ବେଆଇନ୍ ଭାବେ ପାର୍କିଂ ହୋଇଥିଲା। ଫଳରେ ଡିସିପି ଅନୁପ ସାହୁଙ୍କ ଉପସ୍ଥିତିରେ ଫାଇନ୍ କାଟିଥିଲା ଟ୍ରାଫିକ୍ ପୁଲିସ।ନିଜେ ବିଧାୟକ ତାଙ୍କ ଦୋଷ ସ୍ୱୀକାର କରିଥିବା ବେଳେ ଡିସିପି କହିଛନ୍ତି ଆଇନ ସମସ୍ତଙ୍କ ପାଇଁ ସମାନ।