Odisha Latest Breaking News & Current Headlines

ନୂଆ ଟ୍ରାଫିକ୍ ନିୟମ କୁ ନେଇ ପୋଲିସ କମିଶନରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ।

0

ଭୁବନେଶ୍ୱର ( ଆମଭାରତ ) ୬/୯ :

କମିଶନରେଟ ପୁଲିସ୍ ପକ୍ଷରୁ ଭୁବନେଶ୍ୱରରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି।ଏ ନେଇ ଟ୍ୱିନ୍ ସିଟି ପୁଲିସ କମିଶନର୍‌ଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଆରଟିଓ ଅଧିକାରୀ, ଡିସିପି ଟ୍ରାଫିକ୍, ଟ୍ରାଫିକ୍ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଜୋରିମାନା ଅଦାୟ ଏବଂ ଏନେଇ ସଚେତନତା କରିବାକୁ ବୈଠକରେ ଫୋକସ୍ ରହିଛି।

ସେହିପରି ଲାଇସେନ୍ସ ଏବଂ ଅନ୍ୟ ଡକ୍ୟୁମେଣ୍ଟ ପାଇଁ ଲୋକଙ୍କ ମଧ୍ୟରେ ଭିଡ଼ ଦେଖାଦେଉଛି। ଏନେଇ ଯେପରି କିଛି ଅବ୍ୟବସ୍ଥା ନହେବ ସେ ନେଇ ବି ପୁଲିସ୍ ନଜର ରଖିଛି। ଦଲାଲଙ୍କଠାରୁ ଦୂରେଇ ରହିବାକୁ ସିପି ସୁଧାଂଶ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସାଧାରଣଲୋକଙ୍କୁ ଅଯଥାରେ ହଇରାଣ ନକରିବାକୁ ବିଭାଗୀୟ କର୍ମଚାରୀଙ୍କୁ ଏନେଇ ପରାମର୍ଶ ଦେଇଛନ୍ତି ସଚିବ। ଏପରିକି ଭୁଲ୍‌ରେ ଫାଇନ୍ ଆଦାୟ କଲେ ଓଲଟା ଜୋରିମାନା ଦେବେ କର୍ମଚାରୀ।

ନୂଆ ଟ୍ରାଫିକ୍ ନିୟମରେ ଗାଡ଼ି ଚାଳକ ସମେତ ମାଲିକଙ୍କ ବିଭିନ୍ନ ଡକ୍ୟୁମେଣ୍ଟ ନଥିବା ଘଟଣା ଅଧିକ ସାମ୍ନାକୁ ଆସିଛି। ଜୋରିମାନା ଦେବାରୁ ବର୍ତ୍ତିବା ପାଇଁ ଏବେ ଗାଡ଼ି ଚାଳକମାନେ ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ଟେଷ୍ଟିଂ ସାର୍ଟିଫିକେଟ ପାଇଁ ଲମ୍ବା ଲାଇନ୍‌ରେ ଆରଟିଓ ଅଫିସ୍ ଆଗରେ ଛିଡ଼ା ହେଉଛନ୍ତି।

ସେପଟେ ଖାଲି ରାଜଧାନୀ ଭୁବନେଶ୍ୱର ନୁହେଁ ରାଜ୍ୟର ଅନ୍ୟ ଅଞ୍ଚଳରେ ବି କଡ଼ାକଡ଼ି ହୋଇଛି। ଟ୍ରାଫିକ୍ ଯାଞ୍ଚ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଛି। ସେହିପରି ମାସେ ଯାଏ ପଲ୍ୟୁସନ୍ ଚେକିଂ କୋହଳ କରିବାକୁ ନିଷ୍ପତ୍ତି ହୋଇଛି। ଆଜି ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ପରିବହନ ସଚିବ ଜି ଶ୍ରୀନିବାସନ। ଲୋକେ ପଲ୍ୟୁସନ୍ ଚେକିଂ ସାର୍ଣ୍ଟିଫିକେଟ୍ ମାସକ ମଧ୍ୟରେ ବନାଇବେ। ଏହାସହ ପଲ୍ୟୁସନ୍ ଚେକିଂ ସେଣ୍ଟର କିମ୍ବା ଅଧିକ ଘରୋଇ ସଂସ୍ଥାକୁ ଏନେଇ ଅନୁମତି ଦିଆଯିବା ପାଇଁ ପ୍ରସ୍ତୁତି ଚାଲିଛି।

Leave A Reply

Your email address will not be published.